କନକ ବ୍ୟୁରୋ : ପ୍ରାୟ ୬ଦିନ ଧରି ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ପରେ ଗତ ଦୁଇଦିନ ହେଲା ଅପରିବର୍ତ୍ତିତ ରହିଛି । ତଥାପି ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ୯୧ ଟଙ୍କା ୨୮ ପଇସା ଓ ଡିଜେଲ ଦର ୮୮ ଚଙ୍କା ୨୨ ପଇସା ରହିଛି । ସେହିପରି କାଲିମେଳାରେ ପେଟ୍ରୋଲ ସର୍ବଧିକ ୯୬ ଟଙ୍କା ୭୮ ପଇସା ଓ ଡିଜେଲ ୯୩ ଟଙ୍କା ୪୮ ପଇସା ରହିଛି । ନବରଙ୍ଗପୁରରେ ପେଟ୍ରୋଲ ୯୫ ଟଙ୍କା ୧୫ ପଇସା ଓ ଡିଜେଲ ୯୧ ଟଙ୍କା ୯୭ ପଇସାରେ ବିକ୍ରି ହେଉଛି । ଏହା ପଛକୁ ରହିଛି ଫୁଲବାଣୀ ।
ଏଠାରେ ପେଟ୍ରୋଲ ଲିଟର ପିଛା ଦର ୯୩ ଟଙ୍କାରୁ ଅଧିକ ଏବଂ ଡିଜେଲ ୮୩ ଟଙ୍କା ୬୪ ପଇସା ରହିଛି । କଟକ, ଯାଜପୁର ଓ ଝାରସୁଗୁଡାରେ ପେଟ୍ରୋଲ ୯୧ଟଙ୍କାରୁ ଅଧିକ ଏବଂ ଡିଜେଲ ଲିଟର ପିଛା ୮୮ ଟଙ୍କାରୁ ଅଧିକ ରହିଛି । କୋଭିଡ ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ପେଟ୍ରୋଲିୟମ ସାମଗ୍ରୀ ଉପରୁ କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ କମ୍ କରିହେବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିସାରିଛନ୍ତି । ତେଣୁ ଆଗକୁ ନିର୍ବାଚନ ଥିବା ରାଜ୍ୟଗୁଡିକ ରାଜ୍ୟ ଭାଟକୁ କମ୍ କରି ଗ୍ରାହକଙ୍କୁ ଆଶ୍ୱସ୍ତି ଦେବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ପଶ୍ଚିମବଙ୍ଗ ଉଭୟ ପେଟ୍ରୋଲ ଓ ଡିଜେଲ ଉପରୁ ୧ ଟଙ୍କା ଭାଟ ହ୍ରାସ କରିବାକୁ ଘୋଷଣା କରିବା ପରେ ଗ୍ରାହକଙ୍କ ପାଇଁ ଏହିଭଳି ଆଶ୍ୱସ୍ତି ଦେବାରେ ରାଜ୍ୟଙ୍କ ସଂଖ୍ୟା ୪ରେ ପହଂଚିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/rtjt.jpg)