୩୫ ଦିନ ପରେ ଶସ୍ତା ପେଟ୍ରୋଲ ଦାମ । ଲିଟର ପ୍ରତି ଦାମ ୨୦ ପଇସା ହ୍ରାସ । ଜାଣନ୍ତୁ, ତାଜା ସୂଚନା…

976

କନକ ବ୍ୟୁରୋ: ୩୫ ଦିନ ପରେ କମିଲା ପେଟ୍ରୋଲ ରେଟ୍ । ଦୀର୍ଘ ୩୫ ଦିନ ଧରି ସ୍ଥିର ରହିବା ପରେ ଆଜି ଦେଶରେ ତୈଳ ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ପୂର୍ବ ଦାମ ତୁଳନାରେ ଆଜିର ପେଟ୍ରୋଲ ଦାମ ୨୦ ପଇସା ଶସ୍ତା ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗତ ୩୫ ଦିନ ଧରି ଦେଶରେ ତୈଳଦର ସ୍ଥିର ରହିଥିଲା । ଆଉ ଆଜି ପ୍ରାୟ ମାସକ ପରେ ଏଥିରେ ସାମାନ୍ୟ ପରିବର୍ତ୍ତନ ହୋଇଛି ।

ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲର ଦାମ ଲିଟର ପ୍ରତି ୧୦୧ ଟଙ୍କା ୬୪ ପଇସା ଥିବାବେଳେ ଡିଜେଲର ଦାମ ୮୯.୦୭ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ଡିଜେଲ ଦାମ ୯୬.୬୪ ଟଙ୍କା ଥିବାବେଳେ ପେଟ୍ରୋଲ ଲିଟର ପ୍ରତି ଦାମ ୧୦୭.୬୬ ଟଙ୍କା ରହିଛି । ତେବେ ଦୀର୍ଘ ୩୫ ଦିନ ପରେ ପେଟ୍ରୋଲ ରେଟରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ଶେଷ ଥର ପାଇଁ ଗତ ଜୁଲାଇ ୧୭ ତାରିଖରେ ପେଟ୍ରୋଲ ରେଟରେ ପରିବର୍ତ୍ତନ ହୋଇଥିଲା । ଜୁଲାଇ ୧୮ ତାରିଖରୁ ସାରା ଦେଶରେ ପେଟ୍ରୋଲ ରେଟରେ କୌଣସି ପରିବର୍ତ୍ତନ ହୋଇନଥିଲା । ଏବେ ପ୍ରାୟ ମାସକ ପରେ ଏଥିରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ସେପଟେ ଅଗଷ୍ଟ ୧୮ରୁ ୨୦ ମଧ୍ୟରେ ଡିଜେଲ ଦାମ ଲଗାତାର ଶସ୍ତା ହେଉଥିବା ଦେଖିବାକୁ ମିଳୁଛି । ଆଜି ମଧ୍ୟ ଡିଜେଲ ଦାମ ୨୦ ପଇସା କମ୍ ହୋଇଥିବା ସୂଚନା ମିଳିଛି ।