ଭୋପାଳରେ ଶହେ ଟପିଲା ପେଟ୍ରୋଲ ଦାମ । ତେଲ ଦର ମାଡରେ ପେଟ୍ରୋଲ ପମ୍ପ ଅକାମୀ । ଓଡିଶାରେ ବି ଉପରମୁହାଁ ତେଲଦର ।

128

କନକ ବ୍ୟରୋ: ତେଲ ଦରକୁ ନେଇ କିଛି ଦିନ ହେବ ଯେଉଁ ଆଶଙ୍କା କରାଯାଉଥିଲା , ତାହା ହିଁ ହୋଇଛି । ଭୋପାଳରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ଛୁଇଁଛି । ସହରରେ ପ୍ରିମିୟମ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ହେବା ଯୋଗୁଁ ପୁରୁଣା ପେଟ୍ରୋଲ ପମ୍ପ ଗୁଡିକରେ ବ୍ୟବସାୟ ପ୍ରଭାବିତ ହୋଇଛି । ମଧ୍ୟ ପ୍ରଦେଶ ପେଟ୍ରୋଲ ପମ୍ପ ବ୍ୟବସାୟୀ ମହାସଂଘ ପକ୍ଷରୁ କୁହାଯାଇଛି, ଆଜି ପେଟ୍ରୋଲ ଦର ୧୦୦ଟଙ୍କା ୪ ପଇସାରେ ପହଂଚିଛି । ଅବଶ୍ୟ ପୁରୁଣା ମେସିନ ଲାଗିଥିବା ପେଟ୍ରୋଲ ପମ୍ପର ସଂଖ୍ୟା ମାତ୍ର ୩ରୁ ୪ ପ୍ରତିଶତ ।

ତେବେ ସାଧାରଣ ପେଟ୍ରୋଲ ଦର ଆଜି ୯୬ ଟଙ୍କା ୩୭ ପଇସା ଥିବା ବେଳେ ଡିଜେଲ ଦର ୮୬ ଟଙ୍କା ୮୪ ପଇସା ରହିଛି । ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏପଟେ ଓଡିଶାରେ ପେଟ୍ରୋଲ ଦର ସର୍ବାଧିକ ୯୪ ଟଙ୍କା ଟପିଛି । ମାଲକାନଗିରି ଜିଲ୍ଲା କାଲିମେଳାରେ ଆଜି ପେଟ୍ରୋଲ ଦର ୯୪ ଟଙ୍କା ୬୨ ପଇସା ଥିବା ବେଳେ ଡିଜେଲ ୯୧ ଟଙ୍କା ୪ ପଇସା ରହିଛି ।