କନକ ବ୍ୟୁରୋ : ପେଟ୍ରୋଲ ଓ ଡିଜେଲର ଦର ଗୋଟିଏ ଦିନ ଅନ୍ତରରେ ପୁଣି ବୃଦ୍ଧି ପାଇଛି । ଶନିବାର ଦିନ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦାମ ଲିଟର ପିଛା ୨୬ ପଇସା ବୃଦ୍ଧି ୯୩.୯୪ ଟଙ୍କାରେ ପହଂଚିଥିବା ବେଳେ ଡିଜେଲର ଦାମ ଲିଟର ପିଛା ୨୮ ପଇସା ବୃଦ୍ଧି ପାଇ ୮୪.୮୯ ଟଙ୍କାରେ ପହଂଚିଛି । ଅନ୍ୟପଟେ ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ବାଇରେ ସର୍ବୋଚ୍ଚ ସ୍ତରରେ ପହଂଚିଛି ତୈଳଦର । ଏଠାରେ ଶନିବାର ଦିନ ପେଟ୍ରୋଲ ଲିଟର ପିଛା ୨୫ ପଇସା ବୃଦ୍ଧି ପାଇ ୧୦୦.୧୯ ଟଙ୍କାରେ ପହଂଚିଥିବା ବେଳେ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇ ୯୨.୧୭ ଟଙ୍କାରେ ପହଂଚିଛି । କୋଲକତାରେ ପେଟ୍ରୋଲ ୯୩.୯୭ ଟଙ୍କା ଓ ଡିଜେଲ ୯୭.୭୪ ଟଙ୍କାରେ ଲିଟର ପିଛା ବିକ୍ରି ହେଉଛି ।

Advertisment

ମେ ମାସରେ ଆଜି ପର୍ଯ୍ୟନ୍ତ ୧୬ ଥର ତୈଳଦର ବୃଦ୍ଧି ପାଇଥିବା ବେଳେ ମାତ୍ର ଗୋଟିଏ ଥର ତୈଳଦାମ କମି ନାହିଁ । ଏପ୍ରିଲ ମାସରେ କିଛିଥର ତୈଳଦର କମି ପେଟ୍ରୋଲ ଉପରେ ୭୭ ପଇସା ହ୍ରାସ ପାଇଥିଲା ହେଲେ ମେ ମାସରେ କ୍ରମାଗତ ଭାବେ ପେଟ୍ରୋଲ ଦର ବୃଦ୍ଧି ପାଇ ୩.୫୯ ଟଙ୍କା ମହଙ୍ଗା ହେଲାଣି । ସେହିଭଳି ଡିଜେଲର ଦର ବୃଦ୍ଧି ପାଇ ମେ ମାସରେ ୪.୧୩ ଟଙ୍କା ମହଙ୍ଗା ହୋଇଛି । ଏହାସହ ଦେଶର ଅନେକ ସହରରେ ଏବେ ପେଟ୍ରୋଲ ଦାମ ଲିଟର ପିଛା ୧୦୦ ଟଙ୍କା ଉପରେ ବିକ୍ରି ହେଉଛି ।

ଦେଶରେ ପ୍ରତ୍ୟେକ ଦିନ ସକାଳ ୬ ଟାରେ ତୈଳଦର ପରିବର୍ତ୍ତନ ହେଉଛି । ଲାଗୁ ହେଉଥିବା ନୂଆ ଦର ସେହି ସକାଳ ୬ ଟାରୁ ଦେଶର ପ୍ରତିଟି ପେଟ୍ରୋଲ ପମ୍ପରେ ଲାଗୁ ହେଉଛି ।