୯୦ ଛୁଇଁପାରେ ପେଟ୍ରୋଲ ଦର ! ସିରିଆ ସଂକଟ ବଢାଇପାରେ ଟେନସନ୍ ।

29

ପେଟ୍ରୋଲ ଡିଜେଲର ଦରଦାମ କମିବାକୁ ଅପେକ୍ଷା କରିଥିବା ଲୋକ ମାନଙ୍କ ପାଇଁ ଏକ ଖରାପ ଖବର । ବାହାରୁ ଆସୁଥିବା ଅଶୌଦ୍ଧିତ ତୈଳର ଦରଦାମ ବଢିବାର ସମ୍ଭାବନା ରହିଛି । ଏବଂ ଏହାର ଦର ୮୦ ଡଲାର ପ୍ରତି ବ୍ୟାରେଲ ହିସାବରେ ଆସିପାରେ । ଯଦି ଏପରି ହୁଏ ତେବେ ଭାରତରେ ପେଟ୍ରୋଲ ଦର ୯୦ ଟଙ୍କା ପ୍ରତି ଲିଟର ହିସାବରେ ବିକ୍ରି ହେବ । ଏବଂ ପ୍ରାୟ ସେହି ପରିମାଣରେ ଡିଜେଲ ଦର ମଧ୍ୟ ବୃଦ୍ଧି ପାଇବାର ବହୁତ ସମ୍ଭାବନା ରହିଛି । ଦୁନିଆର ସବୁଠୁ ବଡ ଫାଇନାନ୍ସିଆଲ ଏବଂ ରିସର୍ଚ୍ଚ କମ୍ପାନୀ ମାନଙ୍କ ମଧ୍ୟରୁ ଅନ୍ୟତମ ଜେପି ମାର୍ଗନ ଏହି ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି ।

ସିରିଆ ସଂକଟକୁ ନେଇ ବଢିଲା ଟେନସନ :

ଜେପି ମାର୍ଗନଙ୍କ କହିବା ଅନୁଯାୟୀ, ସିରିଆ ଉପରୁ ହଟୁନି ସଂକଟ । ସିରିଆର ପରିସ୍ଥିତି ଦିନକୁ ଦିନ ଜଟିଳ ହେବା କାରଣରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ସିରିଆକୁ ଛାଡି ଇରାନ ଉପରେ ଆମେରିକା ଏବଂ ୟୁରୋପିୟାନ ୟୁନିୟନର ପ୍ରତିବନ୍ଧକ ଲଗାଇବା କାରଣରୁ ପେଟ୍ରୋଲ ଡିଜେଲକୁ ନେଇ ସମସ୍ୟା ଉପୁଜିଛି । ଏପରି ପରିସ୍ଥିତିରେ ଅଶୌଦ୍ଧିତ ତୈଳର ଦରଦାମ ଆକାଶ ଛୁଇଁ ପାରେ । ଯାହା ଫଳରେ ପେଟ୍ରୋଲ ଓ ଡିଜେଲର ଦରଦାମ ବୃଦ୍ଧି ହେବାର ଆଶଙ୍କା କରାଯାଉଛି ।

୯୦ ଟଙ୍କା ଛୁଇଁବ ପେଟ୍ରୋଲ ଦର :

ଆମେରିକା ଏବଂ ୟୁରୋପିୟନ ୟୁନିୟନ ଇରାନ ଉପରେ ପୂନର୍ବାର ପ୍ରତିବନ୍ଧକ ଲଗାଇବା ପାଇଁ ଚେଷ୍ଟା ଚଳାଇଛି । ତେଣୁ ଅଶୌଦ୍ଧିତ ତୈଳର ଦର ବୃଦ୍ଧି ପାଇପାରେ । ଯଦି କୌଣସି କାରଣରୁ ଅଶୌଦ୍ଧିତ ତୈଳର ଦର ବୃଦ୍ଧି ପାଏ ତେବେ ଏହାର ସିଧାସଳଖ ପ୍ରଭାବ ଭାରତ ଉପରେ ପଡିବ । ମୁମ୍ବାଇରେ ପେଟ୍ରୋଲ ଦର ୮୨ ଟଙ୍କାରେ ପହଞ୍ଚି ସାରିଛି । ଯଦି ଅଶୌଦ୍ଧିତ ତୈଳର ଦର ୮୦ ଡଲାରରେ ପହଞ୍ଚେ ତେବେ ଭାରତରେ ପେଟ୍ରୋଲର ଦର ପ୍ରତି ଲିଟର ପିଛା ୯୦ ଟଙ୍କା ଛୁଇଁବ ।

ଦରଦାମକୁ ନିୟନ୍ତ୍ରିତ କରିବ ରିଫାଇନାରୀ :

ପେଟ୍ରୋଲ ଡିଜେଲର ଦରକୁ ନିୟନ୍ତ୍ରିତ କରିବା ପାଇଁ ପେଟ୍ରୋଲିୟମ ମନ୍ତ୍ରାଳୟ, ରିଫାଇନାରୀକୁ କିଛି ଆର୍ଥିକ ସାହାଯ୍ୟ କରିପାରନ୍ତି । ଯହା ଫଳରେ ଗ୍ରାହକଙ୍କ ବୋଝ କିଛି ମାତ୍ରାରେ ହାଲକା ହୋଇପାରିବ ।