ପଲିଥିନରୁ ପ୍ରସ୍ତୁତ ହେଉଛି ପେଟ୍ରୋଲ! ୧ କେଜି ପଲିଥିନରୁ ଉତ୍ପାଦନ ହେଉଛି ୬ ଶହ ମିଲିଲିଟର ପେଟ୍ରୋଲ, ଚର୍ଚ୍ଚାରେ ଖୋର୍ଦ୍ଧାର ଅଜୟ ବେହେରା ।

Advertisment
ପଲିଥିନରୁ ପ୍ରସ୍ତୁତ ହେଉଛି ପେଟ୍ରୋଲ! ୧ କେଜି ପଲିଥିନରୁ ଉତ୍ପାଦନ ହେଉଛି ୬ ଶହ ମିଲିଲିଟର ପେଟ୍ରୋଲ,  ଚର୍ଚ୍ଚାରେ ଖୋର୍ଦ୍ଧାର ଅଜୟ ବେହେରା ।

କନକ ବ୍ୟୁରୋ : ପଲିଥିନରୁ ପ୍ରସ୍ତୁତ ହେଉଛି ପେଟ୍ରୋଲ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ପଲିଥିନ୍ ଯୋଗୁଁ ପରିବେଶ ପ୍ରଦୁଷଣ ହେଉଥିବା ବେଳେ ଏହା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । ସେଥିପାଇଁ ସରକାର ପଲିଥିନ୍ ବ୍ୟାନ୍ କରୁଛନ୍ତି । ତେବେ ଅଦରକାରୀ ପଲିଥିନରୁ ପେଟ୍ରୋଲ ଉତ୍ପାଦନ କରି ବ୍ୟବହାର ଉପଯୋଗୀ କରିଛନ୍ତି ଜଣେ ଯୁବ ମେକାନିକ୍ । ଏଭଳି ଏକ ନିଆରା ଉଦ୍ୟମ କରି ଚର୍ଚ୍ଚାକୁ ଆସିଛନ୍ତି ଖୋର୍ଦ୍ଧା ଜିଲ୍ଲା ରାଧାଚରଣପୁର ଗାଁର ଅଜୟ ବେହେରା ।

ଅଜୟ ପେଶାରେ ଜଣେ ଇଲେକ୍ଟ୍ରିକ୍ ମେକାନିକ । ଶିକ୍ଷାଗତ ଯୋଗ୍ୟତା କହିଲେ ସପ୍ତମ ପାସ । କିନ୍ତୁ ଏଭଳି ଏକ ନିଆରା ପ୍ରୟାସ କରି ଚର୍ଚ୍ଚାକୁ ଆସିଛନ୍ତି ଅଜୟ । ପଲିଥିନ୍ ଓ ପ୍ଲାଷ୍ଟିକ୍ ବୋତଲ ସଂଗ୍ରହ କରି ତାକୁ ତରଳାଇ ସେଥିରୁ ପେଟ୍ରୋଲ ଓ ଗ୍ୟାସ ଭଳି ପଦାର୍ଥ ବାହାର କରୁଛନ୍ତି । ପାଖାପାଖି ଏକ କେଜି ପଲିଥିନରୁ ୬ ମିଲିଲିଟର ଗ୍ରାମ ତେଲ ବାହାରୁଥିବା ସେ କହିଛନ୍ତି । ଏହି ତେଲ ପକାଇ ସେ ନିଜ ବାଇକରେ ୫୦ କିଲୋମିଟର ବାଟ ଯାଉଥିବା କହିଛନ୍ତି । ଗୋଟିଏ ପଟେ ପେଟ୍ରୋଲ ଦର ବୃଦ୍ଧି, ଅନ୍ୟପଟେ ପଲିଥିନ୍ ବ୍ୟବହାର ଯୋଗୁଁ ପ୍ରଦୂଷଣ ହେଉଛି । ଏହାର ଭିତରେ ପଲିଥିନରୁ ପେଟ୍ରୋଲ ବାହାରିବା ଏକ ଭଲ ଖବର ବୋଲି କୁହଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe