କନକ ବ୍ୟୁରୋ : ପେଟ୍ରୋଲ କିଣିଲେ ପକେଟକୁ ପୋଡୁଛି । ତୈଳ ଦର ବୃଦ୍ଧିରେ ଲାଗୁନି ବ୍ରେକ୍ । ଲଗାତର ବଢୁଛି ଚାଲିଛି ପ୍ରେଟୋଲ ଦର । ଆଜି ପୁଣି ପେଟ୍ରୋଲ ୩୫ ପଇସା ବୃଦ୍ଧି ପାଇଛି । ହେଲେ ଡିଜେଲ ଦର ଆଜି ବୃଦ୍ଧି ପାଇନାହିଁ । ଭୁବନେଶ୍ୱରରେ ପେଟ୍ରୋଲ ଦର ୧୧୧ ଟଙ୍କା ପାର କରିଛି । ରାଜଧାନୀରେ ଦର ବଢି ୧୧୧ ଟଙ୍କା ୬ ପଇସାରେ ପହଂଚିଛି । ଡିଜେଲ ଦର ରହିଛି ୧୦୭ ଟଙ୍କା ୩୯ ପଇସା ।
ସେହିପରି ମାଲକାନାଗିର କାଲିମେଳାରେ ପେଟ୍ରୋଲ ଦର ରହିଛି ୧୧୭ ଟଙ୍କା ୯୮ ପଇସା । କାଲିମେଳାରେ ଡିଜେଲ ଲିଟର ୧୧୪ ଟଙ୍କା ୪ ପଇସା ରହିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢିବା ଦ୍ୱାରା ସରକାରୀ କମ୍ପାନି ଗୁଡିକ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢାଇ ଚାଲିଛନ୍ତି । ହେଲେ ତେଲରୁ ସରକାର ଆଦାୟ କରୁଥିବା ଚଢା ଟିକସ ସାଧାରଣ ଲୋକଙ୍କୁ ଅଣନିଶ୍ୱାସୀ କରିଦେଇଛି ।
ଜାଣନ୍ତୁ ରାଜ୍ୟର ବିଭିନ୍ନ ସ୍ଥାନର ପେଟ୍ରୋଲ ଦର ଉପରେ -
ସ୍ଥାନ ପେଟ୍ରୋଲ ଡିଜେଲ
ଭୁବନେଶ୍ୱର ୧୧୭.୯୮ ୧୧୪.୦୪
ଜୟପୁର ୧୧୫.୯୫ ୧୧୨.୧୩
କଟକ ୧୧୧.୪୩ ୧୦୭.୭୫
ରାୟଗଡ଼ା ୧୧୫.୧୨ ୧୧୧.୩୧
ପାଟକୁରା ୧୧୦.୭୨ ୧୦୭.୦୬
ଫୁଲବାଣୀ ୧୧୩.୬୨ ୧୦୯.୮୬
ରାଉରକେଲା ୧୧୨.୨୨ ୧୦୮.୫୪
କାଲିମେଳା ୧୧୭.୯୮ ୧୧୪.୦୪