ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର । ବାରମ୍ବାର ତୈଳଦର ବୃଦ୍ଧି ଲାଗି ସାଧାରଣରେ ବଢୁଛି ଅସନ୍ତୋଷ

Advertisment
ପେଟ୍ରୋଲ ବଜାର ଗରମ ! ମାତ୍ର ୧୫ ଦିନ ମଧ୍ୟରେ ରାଜଧାନୀରେ ଅଢେଇ ଟଙ୍କା ଲିଟର ପିଛା ବଢିଲାଣି ଦର

କନକ ବ୍ୟୁରୋ : ଦେଶରେ ଥମିବାରେ ନା ନେଉନାହିଁ ତୈଳଦର ବୃଦ୍ଧି । ଲଗାତାର ଭାବରେ ପୁଣି ମୂଲ୍ୟ ବୃଦ୍ଧି ହୋଇଛି ପେଟ୍ରୋଲ ଓ ଡିଜେଲ ଦର । ଗୁରୁବାର ପାଇଁ ପେଟ୍ରୋଲ୍ ମୂଲ୍ୟ ୧୩ ପଇସା ବଢ଼ିଥିବା ବେଳେ ଡିଜେଲ୍ ୧୨ ପଇସା ମହଙ୍ଗା ହୋଇଛି। ପେଟ୍ରୋଲ୍ ଦର ୭୯ ଟଙ୍କା ୮୫ ପଇସା ଓ ଡିଜେଲ ଦର ୭୮ ଟଙ୍କା ୪୨ ପଇସା ହୋଇଯାଇଛି। ବୁଧବାର ପାଇଁ ପେଟ୍ରୋଲ୍ ଦର ୭୯ ଟଙ୍କା ୭୨ ପଇସା ଓ ଡିଜେଲ ଦର ୭୮ ଟଙ୍କା ୩୦ ପଇସା ଥିଲା। ତେବେ ଏପରି ବାରମ୍ବାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେଉଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe