ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର । ବାରମ୍ବାର ତୈଳଦର ବୃଦ୍ଧି ଲାଗି ସାଧାରଣରେ ବଢୁଛି ଅସନ୍ତୋଷ

24

କନକ ବ୍ୟୁରୋ : ଦେଶରେ ଥମିବାରେ ନା ନେଉନାହିଁ ତୈଳଦର ବୃଦ୍ଧି । ଲଗାତାର ଭାବରେ ପୁଣି ମୂଲ୍ୟ ବୃଦ୍ଧି ହୋଇଛି ପେଟ୍ରୋଲ ଓ ଡିଜେଲ ଦର । ଗୁରୁବାର ପାଇଁ ପେଟ୍ରୋଲ୍ ମୂଲ୍ୟ ୧୩ ପଇସା ବଢ଼ିଥିବା ବେଳେ ଡିଜେଲ୍ ୧୨ ପଇସା ମହଙ୍ଗା ହୋଇଛି। ପେଟ୍ରୋଲ୍ ଦର ୭୯ ଟଙ୍କା ୮୫ ପଇସା ଓ ଡିଜେଲ ଦର ୭୮ ଟଙ୍କା ୪୨ ପଇସା ହୋଇଯାଇଛି। ବୁଧବାର ପାଇଁ ପେଟ୍ରୋଲ୍ ଦର ୭୯ ଟଙ୍କା ୭୨ ପଇସା ଓ ଡିଜେଲ ଦର ୭୮ ଟଙ୍କା ୩୦ ପଇସା ଥିଲା। ତେବେ ଏପରି ବାରମ୍ବାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେଉଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଯାଇଛି ।