ଆଜି ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର । ଗତ ୧୦ ଦିନରେ ବଢିଲାଣି ୩ଟଙ୍କା ୩୦ ପଇସା

202

କନକ ବ୍ୟୁରୋ : ଦେଶରେ କ୍ରମାଗତ ଭାବରେ ବଢିଚାଲିଛି ପେଟ୍ରୋଲ-ଡିଜେଲ ଦର । ଲଗାତାର ସପ୍ତମ ଦିନରେ ଆଜି ବଢିଛି ପେଟ୍ରୋଲ-ଡିଜେଲ ଦର । ଡିଜେଲ ଲିଟର ପିଛା ୩୫ ପଇସା ବଢିଛି । ସେହିଭଳି ପେଟ୍ରୋଲ ଲିଟର ପିଛା ୩୦ ପଇସା ମହଙ୍ଗା ହୋଇଛି । ତେବେ ଆଜିକୁ ମିଶାଇ ଗତ ୧୦ ଦିନରେ ପେଟ୍ରୋଲ ମୂଲ୍ୟରେ ୨ଟଙ୍କା ୮୦ ପଇସା ବୃଦ୍ଧି ହୋଇଛି । ସେହିଭଳି ଗତ ୧୦ ଦିନରେ ଡେଜେଲ ମୂଲ୍ୟ ୩ଟଙ୍କା ୩୦ ପଇସା ବଢିଛି । ଯାହା ସାଧାରଣ ଲୋକଙ୍କ ଉପରେ ବଡ ପ୍ରଭାବ ପାକାଇଛି ।
ଗତକାଲି ମଧ୍ୟ ପେଟ୍ରୋଲ ଲିଟର ପିଛା ୩୦ ପଇସା ଏବଂ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ହୋଇଥିଲା । ତୈଳ ଦର ବୃଦ୍ଧି ନେଇ ସାରା ଦେଶରେ ଏକ ଅସନ୍ତୋଷ ଦାନା ବାନ୍ଧିଛି । ଖାସକରି ମଧ୍ୟବିତ ଏବଂ ଗରିବ ଶ୍ରେଣୀର ଲୋକେ ଅଧିକ ପ୍ରଭାବିତ ହେଉଛନ୍ତି । ତୈଳ ଦର ବୃଦ୍ଧି ହେବା ଦ୍ୱାରା ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ବୃଦ୍ଧି ପାଉଛି । ଯଦି ତଟକା ପନିପରିବା କଥା କହିବା ତେବେ ବଜାରରେ ଆକାଶ ଛୁଆଁ ହୋଇଛି ପନିପରିବାର ଦର । ପିଆଜ ମୂଲ୍ୟ ୫୦ ଟଙ୍କା ଉପରେ ରହିଛି । କେତେକ ସ୍ଥାନରେ ତ ପିଆଜ ୬୦ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଛି । ଯଦି ଦରଦାମରେ ନିୟନ୍ତ୍ରଣ ନହୁଏ ତେବେ ମଧ୍ୟବିତ ଏବଂ ଗରିବ ଶ୍ରେଣୀର ଲୋକେ ଅଧିକ ପ୍ରଭାବିତ ହେବେ ଏଥିରେ କୌଣସି ସନ୍ଦେହ ନାହିଁ