ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର : ଜାଣନ୍ତୁ କେଉଁଠି କେତେ ଟଙ୍କା ରହିଛି ତେଲ ଦର ?

117

କନକ ବ୍ୟୁରୋ : କ୍ରମାଗତ ଦ୍ୱିତୀୟ ଦିନ ପାଇଁ ବଢିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ପେଟ୍ରେଲ ଲିଟର ପିଛା ଦର ପୁଣି ୩୦ ପଇସା ଓ ଡିଜେଲ ଲିଟର ୩୫ ପଇସା ମହଙ୍ଗା ହୋଇଛି । ୬ମାସ ଭିତରେ ରାଜ୍ୟରେ ପେଟ୍ରୋଲ ଦର ୧୨ଟଙ୍କା ୪୭ପଇସା ବୃଦ୍ଧି ପାଇଛି । ଏହି ୬ମାସରେ ଡିଜେଲ ୧୧ଟଙ୍କା ୬୦ପଇସା ବଢିଛି । ଗତ ୭ଦିନ ଭିତରେ ପେଟ୍ରୋଲ ଦର ୧ଟଙ୍କା ୩୨ପଇସା ବଢିଛି । ସେହିପରି ଏହି ୭ଦିନରେ ଡିଜେଲ ଦର ୧ଟଙ୍କା ୭୧ପଇସା ବଢିଛି । ଫଳରେ ମାଲକାନଗିରି କାଲିମେଳାରେ ପେଟ୍ରୋଲ ଲିଟର ପିଛା ଦର ୧୧୦ଟଙ୍କା ୪୫ ପଇସା ଓ ଡିଜେଲ ଲିଟର ପିଛା ଦର ୧୦୬ ଟଙ୍କା ୧ ପଇସା ହୋଇଛି । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୩ଟଙ୍କା ୮୪ପଇସା ରହିଛି ।

ଅପରପକ୍ଷରେ ଦେଶର ୨୬ଟି ରାଜ୍ୟରେ ପେଟ୍ରୋଲ ଦର ଶହେ ଟଙ୍କା ପ୍ରତି ଲିଟର ଅତିକ୍ରମ କରିସାରିଛି । ଓପେକ୍ ରାଷ୍ଟ୍ରମାନଙ୍କ ଦ୍ୱାରା ଆହୂତ ବୈଠକରେ ଆଶାନୁରୂପ ପରିମାଣ ବାହାରିନାହିଁ । ତେଲର ଚାହିଦା ଅନୁସାରେ, ଉତ୍ପାଦନ ବୃଦ୍ଧି ହେବ ବୋଲି ଆଶା କରାଯାଉଥିଲା ତାହା ଘଟିନାହିଁ । ଓପେକ୍ ରାଷ୍ଟ୍ର ଉତ୍ପାଦନରେ କେବଳ ଚାରି ଲକ୍ଷ ବ୍ୟାରେଲ ବୃଦ୍ଧି କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ଏହା ଯୋଗୁଁ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳଦରରେ ୨.୫ପ୍ରତିଶତ ବୃଦ୍ଧି ଘଟିଛି । ଫଳରେ ପ୍ରତି ବ୍ୟାରେଲରେ ୮୧ଡଲାର ପାର କରିଛି । ଯାହା ଆଗାମୀ ଡିସେମ୍ବର ସୁଦ୍ଧା ୯୦ଡଲାର୍ ପ୍ରତି ବ୍ୟାରେଲ୍ ଅତିକ୍ରମ କରିବାର ଆକଳନ କରାଯାଉଛି ।