କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଦେଲେ ଆଶ୍ୱସ୍ତି । କମିଲା ପେଟ୍ରୋଲ ଓ ଡିଜେଲ ଦର । ଲିଟର ପିଛା ୨ ଟଙ୍କ।। ଲେଖାଁଏ ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଆଜିଠାରୁ ଏହି ନୂଆ ଦର ଲାଗୁ ହୋଇଛି । ପାଖାପାଖି ୨ ବର୍ଷ ପରେ ତେଲ ଦର କମିଛି । ଯାହା ଅନେକଙ୍କୁ ଆଶ୍ୱସ୍ତି ଆଣିଦେବ ବୋଲି ଆଶା କରାଯାଉଛି ।

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ପୁରୀ ସୋସିଆଲ ମିଡିଆ ଏକ୍ସରେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଏଥିରେ ସେ ଲେଖିଛନ୍ତି, ଦେଶର କୋଟି କୋଟି ପରିବାରର ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ନିଷ୍ପତ୍ତିି ନେଇଛନ୍ତି । ଦେଶରେ ପ୍ରତିଦିନ ୫୮ ଲକ୍ଷ ଭାରିଯାନ, ୬ କୋଟି କାର ଏବଂ ୨୭ କୋଟି ଦୁଇ ଚକିଆ ଯାନ ଡିଜେଲ ଓ ପେଟ୍ରୋଲ ଉପରେ ନିର୍ଭରଶୀଳ । ତେଣୁ ଡିଜେଲ ଦର କମିବା ଫଳରେ ପରିବହନ ଗାଡିର ଭଡା ଦାମ୍ କମିବା ଆଶା କରାଯାଉଛି । ଖାଉଟିଙ୍କ ଖର୍ଚ୍ଚ ବି କମିବା ଆଶା କରାଯାଉଛି ।

ଆସନ୍ତୁ ଦେଖିବା ପେଟ୍ରେଲ ଓ ଡିଜେଲ ଦର କମିବା ଫଳରେ ରାଜ୍ୟରେ କେଉଁ ପ୍ରମୁଖ ସ୍ଥାନରେ ଦର କେତେ ହେବ ।

ପେଟ୍ରୋଲ                                          ଡିଜେଲ
ଭୁବନେଶ୍ୱର  ୧୦୦.୮୧                        ୯୨.୩୮
କଟକ  ୧୦୧.୫୩                                ୯୩.୦୮
ବାଲେଶ୍ୱର  ୧୦୧.୧୮                      ୯୧.୭୭
ପୁରୀ    ୧୦୧.୪୪                         ୯୩.୦୪ ପଇସା