କେନ୍ଦ୍ରକୁ କନ୍ଦାଇଲାଣି ବର୍ଦ୍ଧିତ ତେଲ ଦର । କଂପାନୀ ଗୁଡିକୁ ସରକାରଙ୍କ ନିର୍ଦ୍ଦେଶ, ଦର ବଢାଅନି, ଅଳ୍ପ କ୍ଷତି ମୁଣ୍ଡାଅ ।

28

ତେଲଦର ନୟାନ୍ତ କଲାଣି, ଆଉ ଦର ବଢାଅନି । କିଛି ଏଭଳି ଢଙ୍ଗରେ ସରକାର ତେଲ କଂପାନୀ ମାନଙ୍କୁ ଅନୁରୋଧ କରିଥିବା ଜଣାପଡିଛି । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ପ୍ରକାଶିତ ରିପୋର୍ଟ ଅନୁସାରେ, ତୈଳ କଂପାନୀ ମାନଙ୍କୁ ପେଟ୍ରୋଲ ଓ ଡିଜେଲ ଦର ଆଉ ନ’ବଢାଇବାକୁ ଅନୁରୋଧ କରିଛନ୍ତି କେନ୍ଦ୍ର ସରକାର । ତେଲଦର ଲଗାତର ଭାବେ ବଢୁଥିବା ବେଳେ ଏହା ମୋଦି ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା ।

rising-petrol-prices-what-narendra-modi-said
ଯଦି ବର୍ତ୍ତମାନ ସମୟରେ ତେଲ କଂପାନୀ ଗୁଡିକ ଦର ନ’ବଢାନ୍ତି ତେବେ ପେଟ୍ରୋଲ ଓ ଡିଜେଲରେ ଲିଟର ପିଛା ୧ ଟଙ୍କା ଲେଖାଏଁ କ୍ଷତି ସହିବେ । ରାଷ୍ଟ୍ରାୟତ୍ତ ତେଲ କଂପାନୀ ଇଣ୍ଡିଆନ ଅଏଲ କର୍ପୋରେସନ, ଭାରତ ପେଟ୍ରୋଲିୟମ କର୍ପୋରେସନ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଏହି କ୍ଷତି ସହିବେ ବୋଲି ଜଣାପଡିଛି । ଆଗାମୀ ଦିନରେ ବହୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ମୋଦି ସରକାର ଜନ ଅସନ୍ତୋଷକୁ ସାମ୍ନା କରିବା ମୁଡରେ ନାହାନ୍ତି, ତେଣୁ ଏଭଳି ଏକ ନିର୍ଦ୍ଦେଶ କଂପାନୀ ମାନଙ୍କୁ ଦିଆଯାଇଥିବା କୁହାଯାଉଛି ।


ଗତ ଏପ୍ରିଲ ୧ ତାରିଖରେ ଦିଲ୍ଲୀରେ ତେଲଦର ଚାରିବର୍ଷ ତୁଳନାରେ ସର୍ବାଧିକ ସ୍ତରରେ ପହଂଚିଥିଲା । ପେଟ୍ରୋଲ ଲିଟର ପିଛା ୭୩ ଟଙ୍କା ୭୩ ପଇସାରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟ ପିଛା ଦର ଥିଲା ୬୪ ଟଙ୍କା ୫୮ ପଇସା । ଭୁବନେଶ୍ୱରରେ ମଧ୍ୟ ପେଟ୍ରୋଲ ଲିଟର ପିଛା ୭୨ ଟଙ୍କା ୬୭ ପଇସା ଓ ଡିଜେଲ ଲିଟର ପିଛା ୬୯ ଟଙ୍କା ୪୦ ପଇସାରେ ବିକ୍ରି ହେଉଥିଲା । ଯାହା ଗ୍ରାହକଙ୍କୁ ଚିନ୍ତାରେ ପକାଇ ଦେଇଥିଲା । ୧ ଏପ୍ରିଲର ମହଙ୍ଗା ମାଡ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ବଢୁଥିବା ତେଲ ଦର ବୋଝକୁ ବଢାଇ ଦେଇଥିଲା ।


ଏବେ ନଜର ପକାନ୍ତୁ କିଭଳି ତେଲ ଦର ଉପରେ ଏକାଧିକ ଟିକସ ବସିବା ଫଳରେ ଆପଣଙ୍କ ଉପରେ ଲଗାତର ଭାବେ ବୋଝ ବଢିବାରେ ଲାଗୁଛି । ପେଟ୍ରୋଲିୟମ ସାମଗ୍ରୀ ଏଯାଏଁ ଜିଏସଟି ପରିଧି ଭିତରକୁ ଆସିନାହିଁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିଧି ଭିତରକୁ ଆଣିବାକୁ ବାରମ୍ବାର କରିବା ସତ୍ୱେ ମଧ୍ୟ ଏବାବଦରେ କୈାଣସି ଅଗ୍ରଗତି ହେଉନାହିଁ ।


ପେଟ୍ରୋଲ ଓ ଡିଜେଲର ହିସାବ ନିକାସ ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ । ୩୧ ଟଙ୍କାର ପେଟ୍ରୋଲ ସାଧାରଣ ଲୋକ ପାଖରେ ପହଞ୍ଚିବା ବେଳକୁ କିପରି ୭୨ ଟଙ୍କାରେ ପହଞ୍ଚୁଛି ଓ ୩୩ ଟଙ୍କାର ଡିଜେଲକୁ ଗ୍ରାହକ କାହିଁକି ୬୯ ଟଙ୍କାରେ କିଣୁଛନ୍ତି ତାହାର ପୂରା ହିସାବ ଆମେ ଆପଣଙ୍କୁ ଜଣାଇବୁ । କେନ୍ଦ୍ର ଓ ରାଜ୍ୟ ସରକାର କେଉଁ କେଉଁ ଟିକସ ନେଇ ଏହାର ମୂଲ୍ୟ ବୃଦ୍ଧି କରୁଛନ୍ତି ତାହା ଅଧିକାଂଶ ଲୋକ ଜାଣିନାହାନ୍ତି । ପେଟ୍ରୋଲ ହିସାବକୁ ଦେଖିଲେ, ରିଫାଇନାରୀ ଗେଟ ଦର ବା ବିଶୋଧନ ଓ ପ୍ରବେଶ କର ସହ ୩୧.୬୯ ଟଙ୍କାରେ ଭୁବନେଶ୍ୱରରେ ପହଞ୍ଚିଥାଏ ପେଟ୍ରୋଲ । କିନ୍ତୁ ଖାଉଟିଙ୍କ ପାଖରେ ପହଞ୍ଚିବା ପୂର୍ବରୁ ପରିବହନ ଖର୍ଚ୍ଚ ବାବଦକୁ ୩.୫୮ ଟଙ୍କା ନିଆଯାଇଥାଏ । ଏସବୁ ବାଦ ଡିଲରର ଲାଭ ବାବଦକୁ ୩.୬୦ ପଇସା, କେନ୍ଦ୍ରୀୟ ଶୁଳ୍କ ୧୯.୪୮ ଟଙ୍କା ଓ ଭାଟ ବାବଦରେ ରାଜ୍ୟ ସରକାର ୧୪.୩୨ ଟଙ୍କା ନେଇଥାନ୍ତି । ଆଉ ଏହାପରେ ପେଟ୍ରୋଲ ଦର ୭୨.୬୭ ଟଙ୍କାରେ ଗ୍ରାହକଙ୍କୁ ବିକ୍ରି ହୋଇଥାଏ ।

PETROL_00000
ସେହିଭଳି ଡିଜେଲ କ୍ଷେତ୍ରରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଥାଏ । ପେଟ୍ରୋଲ ଭଳି ୩୩.୫୯ ଟଙ୍କାର ଡିଜେଲର ଦର ବିଭିନ୍ନ ଟିକସ ଆଦାୟ ପରେ ବୃଦ୍ଧି ପାଇ ୬୯.୪୦ ପଇସା ବିକ୍ରି ହୋଇଥାଏ । ଅଶୋଧିତ ତୈଳ ବିଶୋଧନ ଓ ପ୍ରବେଶ କର ସହ ଡିଜେଲ ୩୩.୫୯ ଟଙ୍କାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ପରିବହନ ଓ ମାକେର୍ଟି ମାର୍ଜିନ ବାବଦକୁ ୪.୦୮ ଟଙ୍କା ନିଆଯାଇଥାଏ । ଏହାବାଦ ଡିଲର ଲାଭ ପାଇଁ ୨.୫୩ ଟଙ୍କା, କେନ୍ଦ୍ରୀୟ ଶୁଳ୍କ ୧୫.୩୩ ଟଙ୍କା ଓ ଭାଟ ବାବଦରେ ରାଜ୍ୟ ସରକାର ୧୩.୮୭ଟଙ୍କା ନେବା ପରେ ଗ୍ରାହକଙ୍କୁ ଡିଜେଲ ବିକ୍ରି ହୋଇଥାଏ । ଯାହାଫଳରେ ୩୩.୫୯ ଟଙ୍କାର ଡିଜେଲ ୬୯.୪୦ ଟଙ୍କାରେ ମିଳିଥାଏ ।

modi-and-petrol-diesel
image courtesy-http://www.divyasandesh.in

ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ୨୬ ପ୍ରତିଶତ ଭାଟ ନେଉଛନ୍ତି । ପେଟ୍ରୋଲ ପାଇଁ ୧୪.୩୨ ଟଙ୍କା ନେଉଥିବା ବେଳେ ଡିଜେଲ ପାଇଁ ୧୩.୮୭ ଟଙ୍କା ନେଉଛନ୍ତି । ଏହାବାଦ ପେଟ୍ରୋଲ ଉପରେ ୧୯.୪୮ ଟଙ୍କା ଓ ଡିଜେଲ ଉପରେ ୧୫.୩୩ ଟଙ୍କା କେନ୍ଦ୍ରୀୟ ଶୁଳ୍କ ଦେଇଥାନ୍ତି ଗ୍ରାହକ । ୨୦୧୪-୧୫ ଆର୍ଥିକ ବର୍ଷରେ ରାଜ୍ୟ ସରକାର ପେଟ୍ରୋଲଜାତ ଦ୍ରବ୍ୟ ଉପରେ ୩୦୪୬ କୋଟି ଟଙ୍କା ଟିକସ ଆଦାୟ କରିଥିବା ବେଳେ ୨୦୧୫-୧୬ରେ ଏହା ୩୨୨୪ କୋଟିରେ ପହଞ୍ଚିଥିଲା । ୨୦୧୬-୧୭ ଆର୍ଥିକ ବର୍ଷରେ ଏହା ବୃଦ୍ଧି ପାଇ ୪୫୨୧ କୋଟିରେ ପହଞ୍ଚିଥିବାର ଜଣାପଡିଛି ।

petrol DIESEL
IMAGE COURTESY http://resize.indiatvnews.com

ଗତବର୍ଷ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ରୀୟ ଶୁଳ୍କ ୨ଟଙ୍କା ହ୍ରାସ କରିଥିଲେ । ଏହାସହ ବିଭିନ୍ନ ରାଜ୍ୟକୁ ମଧ୍ୟ ଭାଟ ହ୍ରାସ କରିବା ପାଇଁ ନିବେଦନ କରିଥିଲେ । ଯାହାଫଳରେ ଗ୍ରାହକ ମାନେ କମ ଦରରେ ପେଟ୍ରୋଲ ଓ ଡିଜେଲ ପାଇପାରିବେ । ତେବେ ମାତ୍ର ଚାରୋଟି ରାଜ୍ୟ ଗୁଜରାଟ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ମହାରାଷ୍ଟ୍ର ଭାଟ ହ୍ରାସ କରିଥିଲେ ।