କନକ ବ୍ୟୁରୋ: ପୁଣି ଠକିଗଲେ ଜନତା । ୧୬ ଦିନ ପରେ ପେଟ୍ରୋଲ ଓ ଡିଜେଲର ଦାମ କମାଇବା ନାଁରେ ତୈଳ କମ୍ପାନୀଗୁଡିକ ଲିଟର ପିଛା ମାତ୍ର ଏକପଇସା କମାଇଛନ୍ତି । ଆଜି ସକାଳୁ ସକାଳୁ ପେଟ୍ରୋଲ ଓ ଡିଜେଲ ଦର ୬୦ ପଇସା କମିଲା ବୋଲି ଘୋଷଣା କରିଥିଲା ଆଇଓସିଏଲ । କିନ୍ତୁ ୧୦ ଟା ପରେ ଆଇଓସିଏଲ ଏ ନେଇ ସଫେଇ ରଖିଥିଲା ।
ଆଇଓସିଏଲ କହିଥିଲା , ଭୁଲ ଟାଇପିଂ ଯୋଗୁଁ ଏଭଳି ଘୋଷଣା ହୋଇଥିଲା । ପରେ ଏହାକୁ ସଂଶୋଧନ କରିନିଆଯାଇଛି । ୧୨ ତାରିଖ କର୍ଣ୍ଣାଟକ ନିର୍ବାଚନ ପରେ ପେଟ୍ରୋଲ ଓ ଡିଜେଲ ଦର ଲଗାତାର ବଢିଥିଲା । ରାଜ୍ୟରେ ପେଟ୍ରୋଲ ଦର ୭୭ ଟଙ୍କା ପାର କରିଥିବାବେଳେ ଡିଜେଲ ୭୦ ଟଙ୍କା ଟପିଥିଲା । ମୁମ୍ବାଇରେ ପେଟ୍ରୋଲ ଦର ୮୫ ଟଙ୍କା ପଂହଚିଥିଲା । ସରକାର ପେଟ୍ରୋଲ ଓ ଡିଜେଲ ଦର କମିବ ବୋଲି ଆଶ୍ୱାସନା ଦେଇଥିଲେ ବି ଏ ନେଇ ବର୍ତମାନ ଯାଏଁ କୌଣସି ଘୋଷଣା ହୋଇନାହିଁ ।
ଏପଟେ, ତୈଳ ଦର ବୃଦ୍ଧି ପ୍ରତିବାଦରେ ୩ ଦିନ ଧରିଚ ଚାଲୁଥିବା ବିଜେଡିର ଧାରଣା ଆଜି ଶେଷ ହେଉଛି । ଭୁବନେଶ୍ୱର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ପକ୍ଷରୁ ପ୍ରତିବାଦ କରାଯିବା ସହ କେନ୍ଦ୍ର ବିରୋଧରେ ସ୍ଲୋଗାନ ଦିଆଯାଇଛି । ପ୍ରଥମ ଦିନ ରାଜଭବନ ସମ୍ମୁଖରେ ବିଜେଡ ପକ୍ଷରୁ ଧାରଣା ଓ ପ୍ରତିବାଦ କରାଯିବ ସହ ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର ଦିଆଯାଇଥିଲା । ଗତକାଲି ମଧ୍ୟ ଜିଲ୍ଳାର ସମସ୍ତ ବ୍ଲକ ଅଫିସ ଓ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା । ଆଜି ଭୁବନେଶ୍ୱର ବ୍ଲକ କାର୍ଯ୍ୟାଳୟ ଅଫିସ ସମ୍ମୁଖରେ ଏହାର ସମାପନ ହେଉଛି ।କେନ୍ଦ୍ର ବିରୋଧରେ ବିରୋଧ ଜାରି ରହିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/Petrol-2.jpg)
/kanak/media/post_attachments/wp-content/uploads/2018/05/8-13-300x225.jpg)
/kanak/media/post_attachments/wp-content/uploads/2018/05/Screen-shot-2018-05-28-at-9.25.25-PM-300x168.png)