ବେଲଗାମ ତୈଳ ଦର: ପେଟ୍ରୋଲ ,ଡିଜେଲ ଦରରେ ପୁଣି ୩୫ ପଇସା ବୃଦ୍ଧି

75

କନକ ବ୍ୟୁରୋ:  ତୈଳ ଦର ବୃଦ୍ଧିରେ ଲାଗୁନି ଲଗାମ । ଆଜି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଓ ଡିଜେଲ ୩୫ ପଇସା ବୃଦ୍ଧି ପାଇଛି । ଦର ବଢିବା ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ଦର ୧୦୬ ଟଙ୍କା ୧୯ ପଇସା ଓ ଡିଜେଲ ଦର ଲିଟର ପିଛି ୯୪ ଟଙ୍କା ୯୨ ପଇସାକୁ ବୃଦ୍ଧି ପାଇଛି । । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୧୧୨ ଟଙ୍କା ୧୧ ପଇସା ଓ ଡିଜେଲ ଦର ୧୦୨ ଟଙ୍କା ୮୯ ପଇସାରେ ପହଂଚିଛି ।

ମଧ୍ୟପ୍ରଦେଶ ବାଲାଘାଟ, ଛତିଶଗଡ ଓ ମହାରାଷ୍ଟ୍ରରେ ତୈଳ ଦର ରେକର୍ଡ କରିଛି । ବାଲାଘାଟରେ ପେଟ୍ରୋଲ ଲିଟର ପିଛା ୧୧୭ଟଙ୍କା ୧୭ ପଇସାରେ ପହଞ୍ଚିଥିବାବେେଳେ ଡିଜେଲ ଦର ୧୦୬ ଟଙ୍କା ୩୪ ପଇସାରେ ପହଞ୍ଚିଛି । ଅକ୍ଟୋବରରେ ତୈଳ ଦରରେ ବୃଦ୍ଧି ରେକର୍ଡ ସୃଷ୍ଟି କରିଛି । ବିଶେଷଜ୍ଞଙ୍କ କହିବା ଅନୁସାରେ ଅନ୍ତରାଷ୍ଟିୟ ବଜାରରେ ଅଶୋଧି ତୈଳ ଦର ବୃଦ୍ଧି ପାଉଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଏବଂ ତୈଳ ଦର ବୃଦ୍ଧି ଫଳରେ ଅତ୍ୟବ୍ୟାକ ସାମଗ୍ରୀର ଦର ଧ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି, ଯାହା ସାଧାରଣ ଲୋକଙ୍କ ପାଇଁ ଏବେ ବଡ ଚ୍ୟାଲେଂଜ ପାଲଟିଛି ।

ଆସନ୍ତୁ ଜାଣିବା ଓଡିଶାରେ କେଉର୍ ଜିଲ୍ଲାରେ କେତେ ରହିଛି ତୈଳ ଦର:
(ଜିଲ୍ଲା)               ପେଟ୍ରୋଲ(ଲି. ପିଛା)
ଅନୁଗୁଳ                 ଟ.୧୦୯.୧୩
ବାଲେଶ୍ୱର              ଟ.୧୦୭.୪୭
ବରଗଡ                 ଟ.୧୦୮.୨୪
ଭଦ୍ରକ                    ଟ.୧୦୭.୭୨
ବଲାଙ୍ଗୀର               ଟ. ୧୦୯.୨୩
ବୌଦ୍ଧ                    ଟ.୧୦୯.୪୦
କଟକ                    ଟ. ୧୦୭.୪୮
ଦେଓଗଡ               ଟ. ୧୦୮.୨୯
ଢେଙ୍କାନାଳ             ଟ. ୧୦୮.୧୯
ଗଜପତି                ଟ. ୧୦୯.୬୦
ଗଂଜାମ                 ଟ.୧୦୮.୬୦
ଜଗତସିଂହପୁର          ଟ. ୧୦୬.୬୪
ଯାଜପୁର                ଟ. ୧୦୭.୮୮
ଝାରସୁଗୁଡା             ଟ. ୧୦୭.୭୮
କେନ୍ଦ୍ରାପଡା            ଟ. ୧୦୭.୦୬
କେଉଁଝର              ଟ.୧୦୮.୭୦
ଖୋର୍ଦ୍ଧା                 ଟ. ୧୦୭.୧୦
କୋରାପୁଟ            ଟ. ୧ ୧୧.୭୫
ମାଲକାନାଗିରି        ଟ.୧୧୨.୭୧