କନକ ବ୍ୟୁରୋ : ପେଟ୍ରୋଲ ଓ ଡିଜେଲରେ ବଢୁଥିବା ଦରକୁ ନେଇ ଚିନ୍ତାରେ ଥିବା ସାଧାରଣ ଲୋକଙ୍କୁ ସରକାର ଖୁସି ଖବର ଦେଇ ପାରନ୍ତି । ମନ୍ତ୍ରୀ ମାନଙ୍କର ଗୋଟିଏ ପ୍ୟାନେଲ ଦର୍ବ୍ୟ ଏବଂ ସେବାକର (ଜିଏସଟି) ଉପରେ ସିଙ୍ଗଲ ନ୍ୟାସନାଲ ରେଟ୍ ମାଧ୍ୟମରେ ପେଟ୍ରୋଲିୟମ ଉତ୍ପାଦ ଉପରେ କର ଲଗାଇବାକୁ ସରକାର ବିଚାର କରୁଛନ୍ତି । ମିଳିଥିବା ସୂଚନା ମୁତାବକ କଂଜ୍ୟୁମର ପ୍ରାଇସ ଓ ସରକାରୀ ରାଜସ୍ୱରେ ଏକ ବଡ ପରିବର୍ତ୍ତନ କରିବାକୁ ସରକାର ଯୋଜନା କରୁଛନ୍ତି ।

Advertisment

ଶୁକ୍ରବାର ଦିନ ଲକ୍ଷ୍ନୌ ଠାରେ ଅ।।ୟୋଜିତ ହେବାକୁ ଥିବା ଜିଏସଟି କାଉଁସିଲ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇପାରେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ଜିଏସଟି ପ୍ୟାନେଲ ଏହା ଉପରେ ବିଚାର କରିବ ।

କହିରଖୁ କି ଜିଏସିଟି ସିଷ୍ଟମରେ ଯଦି କିଛି ପରିବର୍ତ୍ତନ କରିବାକୁ ସରକାର ଇଚ୍ଛା କରନ୍ତି ତେବେ ଏହି ପ୍ୟାନେଲରେ ଥିବା ସଦସ୍ୟ ମାନଙ୍କ ମଧ୍ୟରୁ ୭୫ ପ୍ରତିଶତ ସଦସ୍ୟଙ୍କ ସହମତି ନିହାତି ଆବଶ୍ୟକ । ଏଥିରେ ସବୁ ରାଜ୍ୟର ପ୍ରତିନିଧି ବି ସାମିଲ ହୋଇଥିବା ଆବଶ୍ୟକ । ଏବେ ଏଭଳି ପ୍ରସ୍ତାବ ଉପରେ କିଛି ସଦସ୍ୟ ବିରୋଧ ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି କି ଏଭଳି କରିବା ଦ୍ୱାରା କେନ୍ଦ୍ର ସରକାରଙ୍କୁ ସବୁଠାରୁ ଅଧିକ ରାଜସ୍ୱ ପ୍ରଦାନ କରୁଥିବା ଟୁଲକୁ ଜିଏସଟି ହାତରେ ସମର୍ପିତ କରିବା ଦେଶର ଅର୍ଥନୀତି ପାଇଁ ଶୁଭଙ୍କର ନୁହେଁ ।

ସୂଚନା ଥାଉକି ଏବେ ସାରା ଦେଶରେ ପେଟ୍ରୋଲ, ଡିଜେଲ ଓ ଇନ୍ଧନ ଗ୍ୟାସର ବର୍ଦ୍ଧିତ ମୂଲ୍ୟ ସରକାର ଛବି ମଳିନ କରିଛି । ସାଧାରଣ ଲୋକେ ବର୍ଦ୍ଧିତ ମୂଲ୍ୟକୁ ନେଇ ହନ୍ତସନ୍ତ ହେଉଥିବା ବେଳେ ବିରୋଧୀ ଏହାକୁ ସରକାରଙ୍କ ବିରୋଧରେ ଏକ ବଡ ପ୍ରସଙ୍ଗ କରିଛି ।

ସରକାର ପେଟ୍ରୋଲିୟମ ଉତ୍ପାଦ ଉପରେ ଉତ୍ପାଦ ଶ୍ଳୁକ ଚଳିତ ବର୍ଷ ପ୍ରଥମ ୪ ମାସରେ ୪୮ ପ୍ରତିଶତ ବୃଦ୍ଧି କରିଛନ୍ତି । ଅର୍ଥାତ ଏଭଳି ଦରବୃଦ୍ଧି ଫଳରେ ପେଟ୍ରୋଲ ଓ ଡିଜେଲରୁ ଆଦାୟ ହେଉଥିବା ଟ୍ୟାକ୍ସ ସରକାରଙ୍କ ରାଜସ୍ୱ ଭଣ୍ଡାରକୁ ସମୃଦ୍ଧ କରିଛି । ଏପ୍ରିଲ ମାସରୁ ଜୁଲାଇ ୨୦୨୧ ମଧ୍ୟରେ ଉତ୍ପାଦ ଶ୍ଳୁକ କଲେକସନ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି । ଯାହାକି ପୂର୍ବ ଆର୍ଥିକ ବର୍ଷରେ ସମାନ ଅବଧି ମଧ୍ୟରେ ୬୭,୮୯୫ କୋଟି ଟଙ୍କା ଥିଲା ।