ସରିଲା ନିର୍ବାଚନ ବଢିଲା ପେଟ୍ରୋଲ ଦାମ : ଦୁଇ ମାସର ବ୍ୟବଧାନ ପରେ ପେଟ୍ରୋଲ ଲିଟର ୧୫ ପଇସା ଓ ଡିଜେଲ ୧୮ ପଇସା ବୃଦ୍ଧି

ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ ସମେତ ୫ ରାଜ୍ୟରେ ଗ୍ରାହକଙ୍କ ଉପରେ ମହଙ୍ଗା ମାଡ

243

କନକ ବ୍ୟୁରୋ : ନିର୍ବାଚନ ସରିବା ପରେ ବଢିଲା ତେଲ ଦର । ଦେଶରେ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳର ବିଧାନସଭା ନିର୍ବାଚନ ପ୍ରକ୍ରିୟା ପ୍ରାୟ ଦୁଇ ମାସ ଧରି ଚାଲିଥିଲା । ଏହି ସମୟରେ ପେଟ୍ରୋଲ, ଡିଜେଲ ଦର ବଢିନଥିଲା । ହେଲେ ନିର୍ବାଚନ ଫଳାଫଳର ଦିନକ ପରେ ଦୁଇ ମାସର ବ୍ୟବଧାନ ପରେ ପୁଣି ବଢିଛି ତେଲ ଦର । ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ ସମେତ ମୋଟ ୫ଟି ରାଜ୍ୟରେ ତୈଲ ଦର ବଢିଥିବା ସୂଚନା ମିଳିଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୫ ପଇସା ଓ ଡିଜେଲ ଲିଟର ପିଛା ୧୮ ପଇସା ବୃଦ୍ଧି ପାଇଛି । ଫଳରେ ଦିଲ୍ଲୀରେ ଏବେ ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ୫୫ ପଇସା ଓ ଡିଜେଲ ଲିଟରକୁ ୮୦ ଟଙ୍କା ୯୧ ପଇସା ଦରରେ ବିକ୍ରି ହେଉଛି ।