ଭାରତ ବନ୍ଦ ବେଳେ ପୁଣି ବଢିଲା ତୈଳଦର । ମୁମ୍ବାଇରେ ପେଟ୍ରୋଲ ଦର ୮୮ ବେଳେ ଦକ୍ଷିଣ ଓଡିଶାରେ ୮୨ ଟପିଲାଣି ଦର

39

କନକ ବ୍ୟୁରୋ : ଲଗାତାର ଭାବରେ ସାରା ଭାରତରେ ତୈଳଦର ବୃଦ୍ଧି ହେବାରେ ଲାଗିଛି । ତେବେ ଏହାକୁ ବିରୋଧ କରି କଂଗ୍ରେସ ସମେତ ୨୧ ବିରୋଧୀଦଳ ଭାରତବନ୍ଦ ଡାକରା ଦେଇଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ଆଜି ମଧ୍ୟ ଦେଶରେ ତୈଳଦର ବୃଦ୍ଧି ହୋଇଛି । ପେଟ୍ରୋଲ ଦରରେ ୨୩ ଓ ଡିଜେଲରେ ୨୨ ପଇସା ବୃଦ୍ଧି ହୋଇଥିବା ଜଣାପଡିଛି । ତେବେ ଏହାରି ମଧ୍ୟରେ ଦିଲ୍ଲୀରେ ୮୦ଟଙ୍କା ତୈଳଦର ପହଞ୍ଚିଛି । ସେପଟେ ମୁମ୍ବାଇରେ ୮୮ ପେଟ୍ରୋଲ ଦର ପହଞ୍ଚିଥିବା ସମୟରେ ଦକ୍ଷିଣ ଓଡିଶାର କେତେକ ସ୍ଥାନରେ ୮୨ଟଙ୍କା ପେଟ୍ରୋଲ ଦର ପହଞ୍ଚିଲାଣି । ତେବେ ବାରମ୍ବାର ତୈଳଦର ବୃଦ୍ଧି କାରଣରୁ ଅନେକ ଲୋକ ନାନାପ୍ରକାର ହଇରାଣର ସମୁଖୀନ ହୋଇଛନ୍ତି । ଦେଶ ସାରା ଅନେକ ସ୍ଥାନରେ ବିକ୍ଷୋଭକାରୀମାନେ ଆନ୍ଦୋଳନ କରୁଛନ୍ତି । ବିଭିନ୍ନ ସ୍ଥାନରେ ଦଳ ପିକେଟିଂ କରି ରାସ୍ତା ଓ ରେଳରୋକ କରିଥିବା ସୂଚନା ମିଳିଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଜି ମଧ୍ୟ ସାରା ଦେଶରେ ତୈଳଦର ବୃଦ୍ଧି ହୋଇଛି । ବନ୍ଦକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରାଯାଇଛି ।