୨ଦିନ ସ୍ଥିର ରହିବା ପରେ ପୁଣି ବଢ଼ିଲା ପେଟ୍ରୋଲ ଡିଜେଲ ଦର : କାଲିମେଳାରେ ସର୍ବାଧିକ ୯୭ଟଙ୍କା ୧୪ ପଇସା ପେଟ୍ରୋଲ ଲିଟର ପିଛା ଦର

ମାଲକାନଗିରିରେ ସେନଚୁରି ମାରିଲା ସ୍ପିଡ୍ ପେଟ୍ରୋଲ; ଭୁବନେଶ୍ୱରରେ ପେଟ୍ରୋଲ ୯୨, ଡିଜେଲ ୮୮ ଟଙ୍କାରୁ ଅଧିକା

87

କନକ ବ୍ୟୁରୋ : ୨ ଦିନ ସ୍ଥିର ରହିବା ପରେ  ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦର । କାଲିମେଳାରେ ଆଜି ପେଟ୍ରୋଲ ଦର  ସର୍ବାଧିକ ୯୭ ଟଙ୍କା ୧୪ ପଇସା ଓ ଡିଜେଲ ୯୩ ଟଙ୍କା ୮୬ ପଇସାରେ ପହଂଚିଛି । ଏହା ପଛକୁ ରହିଛି ମାଲକାନଗିରିରେ ତେଲ ଦର ।  ମାଲକାନଗିରରେ ସାଧାରଣ ପେଟ୍ରୋଲ ୯୬ଟଙ୍କାରୁ ଅଧିକ ରହିଥିବା ବେଳେ ସେନଚୁରୀ ମାରିଛି ସ୍ପିଡ୍ ପେଟ୍ରୋଲ ।

ମାଓ ଅଧ୍ୟୁଷିତ ଏହି ଜିଲ୍ଲାରେ ସ୍ପିଡ୍ ପେଟ୍ରୋଲର ଦର ୧୦୦ଟଙ୍କାକୁ ଟପି ଯାଇଛି । ଯୋଡ଼ାରେ ପେଟ୍ରୋଲ ୯୩ଟଙ୍କା ଓ ଡିଜେଲ ୯୦ ଟଙ୍କାରୁ ଅଧିକ । ସମ୍ବଲପୁର ଭୁବନେଶ୍ୱର ଓ ବ୍ରହ୍ମପୁରରେ ପେଟ୍ରୋଲ ଲିଟର ପିଛା ଦର ୯୨ଟଙ୍କାରୁ ଅଧିକ ରହିଛି । ସମ୍ବଲପୁର ଓବ୍ରହ୍ମପୁରରେ ଡିଜେଲ ୮୯ଟଙ୍କାରୁ ଅଧିକରହିଛି । ସେହିପରି ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ଦର ୮୮ ଟଙ୍କା ୯୫ ପଇସା ହୋଇଛି ।

Comments are closed.