କନକ ବ୍ୟୁରୋ : ୨ ଦିନ ସ୍ଥିର ରହିବା ପରେ ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦର । କାଲିମେଳାରେ ଆଜି ପେଟ୍ରୋଲ ଦର ସର୍ବାଧିକ ୯୭ ଟଙ୍କା ୧୪ ପଇସା ଓ ଡିଜେଲ ୯୩ ଟଙ୍କା ୮୬ ପଇସାରେ ପହଂଚିଛି । ଏହା ପଛକୁ ରହିଛି ମାଲକାନଗିରିରେ ତେଲ ଦର । ମାଲକାନଗିରରେ ସାଧାରଣ ପେଟ୍ରୋଲ ୯୬ଟଙ୍କାରୁ ଅଧିକ ରହିଥିବା ବେଳେ ସେନଚୁରୀ ମାରିଛି ସ୍ପିଡ୍ ପେଟ୍ରୋଲ ।
ମାଓ ଅଧ୍ୟୁଷିତ ଏହି ଜିଲ୍ଲାରେ ସ୍ପିଡ୍ ପେଟ୍ରୋଲର ଦର ୧୦୦ଟଙ୍କାକୁ ଟପି ଯାଇଛି । ଯୋଡ଼ାରେ ପେଟ୍ରୋଲ ୯୩ଟଙ୍କା ଓ ଡିଜେଲ ୯୦ ଟଙ୍କାରୁ ଅଧିକ । ସମ୍ବଲପୁର ଭୁବନେଶ୍ୱର ଓ ବ୍ରହ୍ମପୁରରେ ପେଟ୍ରୋଲ ଲିଟର ପିଛା ଦର ୯୨ଟଙ୍କାରୁ ଅଧିକ ରହିଛି । ସମ୍ବଲପୁର ଓବ୍ରହ୍ମପୁରରେ ଡିଜେଲ ୮୯ଟଙ୍କାରୁ ଅଧିକରହିଛି । ସେହିପରି ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ଦର ୮୮ ଟଙ୍କା ୯୫ ପଇସା ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/5-10-750x430-1.jpg)