ପେଟ୍ରୋଲ ଦରରେ ଲାଗିଲା ନିଆଁ: ନବରଙ୍ଗପୁରରେ ଓ ଜୟପୁରରେ ୮୧ ଟପିଲା ପେଟ୍ରୋଲ ଦାମ୍ ୮୦ ଛୁଇଁଲା ଡିଜେଲ ଦର

ତେଲ ଦରରେ ଲାଗୁନି ବ୍ରେକ୍ : ଭୁବନେଶ୍ୱରରେ ୧୦୮ ଟଙ୍କା ଟପିଲା ପେଟ୍ରୋଲ୍‌

କନକ ବ୍ୟୁରୋ: ତେଲ ଦରରେ ଲାଗିଛି ନିଆଁ । ପେଟ୍ରୋଲ ଓ ଡିଜେଲ ଦରରେ ଆଜି ପୁଣି ବୃଦ୍ଧି ହୋଇଛି । ଲଗାତାର ଦଶମ ଦିନ ପାଇଁ ବଢିଛି ତେଲର ଦର । ତେଲଦର ବୃଦ୍ଧି ଫଳରେ ଦରବୃଦ୍ଧିର ସାମ୍ନା କରୁଥିବା ଲୋକଙ୍କୁ ଅଧିକ ଚାପ ପଡିପାରେ । ରାଜ୍ୟରେ ତେଲ ଦର ପାଖାପାଖି ୮୦ ଟଙ୍କାରେ ପଂହଚିଥିବାବେଳେ ପଛୁଆ ଅଂଚଳରେ ଏହା ୮୦ ପାର କରିିଛି । ନବରଙ୍ଗପୁରରେ ପେଟ୍ରୋଲ ଦର ଲିଟର ପ୍ରତି ୮୧ଟଙ୍କା ୪୧ ପଇସା ଥିବାବେଳେ ଡିଜେଲ ଲିଟର ପ୍ରତି ୭୯ ଟଙ୍କା ୭୮ ପଇସା ଅଛି । ସେହିଭଳି କୋରାପୁଟ ଜୟପୁରରେ ପେଟ୍ରୋଲ ଦର ୮୧ ଟଙ୍କା ୩୫ ପଇସା ଓ ଡିଜେଲ ଦର ଲିଟର ପ୍ରତି ୭୯ ଟଙ୍କା ୭୧ ପଇସା ରହିଛି । ତେବେ ଦେଶର ଚାରିଟି ମହାନଗର ମଧ୍ୟରୁ ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପ୍ରତି ୮୬ ଟଙ୍କା ରହିଛି ।

ଉଲ୍ଲେଖ ଥାଉ କି, କେନ୍ଦ୍ର ସରକାର ପେଟ୍ରୋଲ୍ ଉପରେ ୧୯ ଟଙ୍କା ୪୮ ପଇସା ଓ ଡିଜେଲ୍ ଉପରେ ୧୫ ଟଙ୍କା ୩୩ ପଇସାର ଉତ୍ପାଦନ ଶୁଳ୍କ ଲଗାଇଛନ୍ତି। ତେଲ ଦରରେ ଯେତେ ହ୍ରାସ/ବୃଦ୍ଧି ହେଲେ ଏହି ଟିକସରେ କୌଣସି ପରିବର୍ତ୍ତନ ହୁଏ ନାହିଁ। କିନ୍ତୁ ରାଜ୍ୟ ସରକାର ଆଦାୟ କରୁଥିବା ଭାଟ୍ରେ ନିୟମିତ ପରିବର୍ତ୍ତନ ହୋଇଥାଏ। ତେଲ ଦରରେ ହେଉଥିବା ବୃଦ୍ଧି ଯୋଗୁ ରାଜ୍ୟଗୁଡ଼ିକ ଅଧିକ ରାଜସ୍ୱ ପାଇଥାନ୍ତି। ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ୧୦ ଦିନ ହେଲା ବୃଦ୍ଧି ପାଉଛି। ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୪ ମଧ୍ୟରେ ପେଟ୍ରୋଲ୍ ଦର ୧ ଟଙ୍କା ୬୩ ପଇସା ବଢ଼ିଥିବା ବେଳେ ଡିଜେଲ୍ ୨ ଟଙ୍କା ୩୩ ପଇସା ମହଙ୍ଗା ହୋଇଛି। ଓଡ଼ିଶା ବଜାର ପାଇଁ ସବୁଠୁ ବଡ଼ ସମସ୍ୟା ହେଉଛି ଡିଜେଲ୍ ଦର। ଏଠାରେ ପେଟ୍ରୋଲ୍ ଓ ଡିଜେଲ୍ ଦର ମଧ୍ୟରେ ମାତ୍ର ଦୁଇ ଟଙ୍କା ପାଖାପାଖିର ଅନ୍ତର ରହିଛି।

ମୁଦ୍ରା ବିନିମୟ ବଜାରରେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେଉଥିବାରୁ ଏହାର ପ୍ରଭାବ ସିଧାସଳଖ ତେଲ ଉପରେ ପଡ଼ିଛି। ଭାରତ ଏହାର ତୈଳ ଚାହିଦାର ୮୦ ପ୍ରତିଶତରୁ ଅଧିକ ଆମଦାନି ମାଧ୍ୟମରେ ପୂରଣ କରିଥାଏ। ତେଣୁ ତେଲ କିଣିବା ବାବଦରେ ସରକାରଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ସରକାର ତେଲ ଦରକୁ ନିଜ ନିୟନ୍ତ୍ରଣରୁ ମୁକ୍ତ କରିସାରିଥିବାରୁ ଏହାର ବୋଝ ମଧ୍ୟ ଖାଉଟିଙ୍କ ଉପରେ ପଡ଼ୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe