କନକ ବ୍ୟୁରୋ : କମିଲା ପେଟ୍ରୋଲ ଓ ଡିଜେଲ ଦର । ରାତି ୧୨ଟାରୁ ଲାଗୁ ହେଲା ପେଟ୍ରୋଲ ଓ ଡିଜେଲର ନୂଆ ଦର । କେନ୍ଦ୍ର ସରକାର ଏକସାଇଜ ଡ୍ୟୁଟି କମାଇବା ପରେ ଓଡିଶାରେ ପେଟ୍ରୋଲ ଓ ଡିଜେଲ ଦର କମିଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୬ଟଙ୍କା ୧୫ପଇସା ଓ ଡିଜେଲ ଲିଟର ପିଛା ୧୨ ଟଙ୍କା ୮୮ ପଇସା କମିଛି । ଦୀପାବଳି ପୂର୍ବରୁ ଗତ କାଲି ସନ୍ଧ୍ୟାରେ ପେଟ୍ରୋଲ ଲିଟର ପିଛା ୫ଟଙ୍କା ଓ ଡିଜେଲ ଲିଟର ପିଛା ୧୦ ଟଙ୍କା , ଏକସାଇଜ୍ ଡ୍ୟୁଟି ହ୍ରାସ କରିବାକୁ ଘୋଷଣା କରିଥିଲେ କେନ୍ଦ୍ର ସରକାର ।
ଏଥିସହ ରାଜ୍ୟ ସରକାରମାନେ ପେଟ୍ରୋଲ ଓ ଡିଜେଲ ଉପରେ ନେଉଥିବା ଭାଟ କମାଇବା ପାଇଁ ଅପିଲ କରିଛି ଅର୍ଥମନ୍ତ୍ରାଳୟ । । ସେପଟେ ଅର୍ଥମନ୍ତ୍ରାଳୟ କହିଛି ଦରବୃଦ୍ଧିକୁ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଯାହା ଗରିବ ଓ ମଧ୍ୟବିତ ପରିବାର ପାଇଁ ଲାଭଦାୟକ ହେବ । ଗତ କିଛି ଦିନ ହେବ ପେଟ୍ରୋଲ ଓ ଡିଜେଲ ଦର ପ୍ରତ୍ୟକ ଦିନ ବଢ଼ି ଚାଲିଥିଲା । ରାଜସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୨୦ଟଙ୍କା ଟପିଥିବା ବେଳେ ଭୁବନେଶ୍ୱରରେ ୧୧୧ ଟଙ୍କା ପାର କରିଯାଇଥିଲା ।
ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ଅନ୍ୟାନ୍ୟ ସାମଗ୍ରୀ ବଢ଼ିବାରେ ଲାଗିଥିଲା । ଯାହାକି ସବୁ ବର୍ଗର ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇଥିଲା । ଏହାକୁ ନେଇ ସାଧାରଣ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଥିଲା । ତେଲ ଦର କମିବା ପରେ ଗ୍ରାହକଙ୍କୁ କିଛି ପରିମାଣରେ ଆଶ୍ୱସ୍ତି ମିଳିଛି । ସେପଟେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଏକସାଇଜ୍ ଡ୍ୟୁଟି କମାଇବା ପରେ ଆସାମ ସରକାର ଓ ତ୍ରିପୁରା ସରକାର ନିଜ ନିଜ ରାଜ୍ୟରେ ଭାଟକୁ ମଧ୍ୟ ହ୍ରାସ କରିଛନ୍ତି ।
ପେଟ୍ରୋଲ ଓ ଡିଜେଲର ମୋଟାମୋଟି ହିସାବ କଣ ?
ମୋଟାମୋଟି ହିସାବ ( ଲିଟର ପିଛା ଆନୁମାନିକ ହିସାବ)
ବିଷୟ ପେଟ୍ରୋଲ ଡିଜେଲ
ମୂଳଦାମ ୪୮.୪୩ ୫୦.୪୭
କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ୨୭.୯୦ ୨୧.୮୦
ରାଜ୍ୟ ଭାଟ୍ ୨୪.୭୧ ୨୦.୧୮
ଡିଲର କମିଶନ ୩.୩୯ ୨.୧୩
ପେଟ୍ରୋଲ ପମ୍ପ ଦାମ ୧୦୪.୪୩ ୯୪.୫୮
କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦର ଉପରେ ଏକ୍ସାଇଜ୍ ଡ୍ୟୁଟି କମାଇବା ପରେ ରାଜ୍ୟମାନେ ଭାଟ୍ ହ୍ରାସ କରିଛନ୍ତି । ଆସାମ, ତ୍ରିପୁରା, ଗୋଆ, କର୍ଣ୍ଣାଟକ, ଗୁଜରାଟ, ମଣିପୁର ପେଟ୍ରୋଲ ଓ ଡିଜେଲ୍ ଉପରେ ୭ଟଙ୍କା ଭାଟ୍ କମାଇଛନ୍ତି । ଉତରପ୍ରଦେଶ ପ୍ରେଟ୍ରୋଲ ଓ ଡିଜେଲ ଉପରେ ୧୨ ଟଙ୍କା ଭାଟ୍ ହ୍ରାସ କରିଛନ୍ତି । ସେହିପରି ବିହାର ପେଟ୍ରୋଲ ଉପରେ ୧ ଯଙ୍କା ୩୦ ପଇସା ଓ ଡିଜେଲ ୧ ଟଙ୍କା ୯୦ ପଇସା ଭାଟ୍ କମାଇଛନ୍ତି । ଆଜି ଆଉ କିଛି ରାଜ୍ୟ ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ ହ୍ରାସ କରିପାରନ୍ତି ।
ରାଜ୍ୟ କମାଇଲେ ଭାଟ୍
ରାଜ୍ୟ ପେଟ୍ରୋଲ ଡିଜେଲ
ଆସାମ ୭ ଟଙ୍କା ୭ ଟଙ୍କା
ତ୍ରିପୁରା ୭ ଟଙ୍କା ୭ ଟଙ୍କା
ଗୋଆ ୭ ଟଙ୍କା ୭ ଟଙ୍କା
କର୍ଣ୍ଣାଟକ ୭ ଟଙ୍କା ୭ ଟଙ୍କା
ବିହାର ୧ ଟଙ୍କା ୩୦ ୧ ଟଙ୍କା ୯୦
ଗୁଜରାଟ ୭ ଟଙ୍କା ୭ ଟଙ୍କା
ଉତ୍ତରପ୍ରଦେଶ ୧୨ ଟଙ୍କା ୧୨ ଟଙ୍କା
ମଣିପୁର ୭ ଟଙ୍କା ୭ ଟଙ୍କା
ଉତ୍ତରାଖଣ୍ଡ ୨ ଟଙ୍କା ୨ ଟଙ୍କା