ଶ୍ରୀଲଙ୍କାରେ ସରିଗଲା ପେଟ୍ରୋଲ ଓ ଡିଜେଲ । ଟଙ୍କା ନଥିବାରୁ ହାତଟେକିଦେଲେ ଶକ୍ତିମନ୍ତ୍ରୀ ।

178

କନକ ବ୍ୟୁରୋ: ଭୟାବହ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ପେଟ୍ରୋଲ, ଡିଜେଲ ପରେ ଏବେ ଗ୍ୟାସ ସରିବାକୁ ବସିଲାଣି । ରାଜଧାନୀ କଲମ୍ବୋଠୁ ନେଇ ପୂରା ଶ୍ରୀଲଙ୍କାରେ ହାହାକାର ପରିସ୍ଥିତି ଦେଖା ଦେଇଛି । ସେପଟେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଏକଥା ବି ସ୍ପଷ୍ଟ କରିଛନ୍ତି, ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ସରିବାକୁ ବସିଲାଣି  ।ଏହି କାରଣରୁ ସେ ପେଟ୍ରୋଲ, ଡିଜେଲ, ଗ୍ୟାସ ଓ ଅନ୍ୟାନ୍ୟ ଅତ୍ୟାବଶୀକୀୟ ଜିନିଷ କିଣିବା ପାଇଁ ଅସହାୟ ହୋଇପଡିଛନ୍ତି । ଦିନକୁ ଦିନ ସଂଗୀନ ହେଉଛି ଶ୍ରୀଲଙ୍କାର ସ୍ଥିତି । ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଦେଶ । ଖାଦ୍ୟ ଅଭାବ ଠୁ ନେଇ ଅତ୍ୟାବଶକୀୟ ଜିନିଷ ମିଳୁନି ।

ଦଇବ ଦାଉ ସାଧିବା ପରି ଲଙ୍କା ନଗରୀରେ ପେଟ୍ରୋଲ ସରିବା ପରେ ଏବେ ଗ୍ୟାସର ଘୋର ଅଭାବ ବଡ ସମସ୍ୟା ହୋଇ ମୁଣ୍ଡ ଟେକିଛି । ଗ୍ୟାସ ନେବାକୁ ଦୀର୍ଘ କିଲୋମିଟର ଯିବା ସହ ୪-୫ ଘଂଟା ସମୟ ଧରି ଛିଡା ହେଉଛନ୍ତି ଶ୍ରୀଲଙ୍କା ନାଗରୀକ । ଦେଶରେ ପେଟ୍ରୋଲର ଘୋର ସଙ୍କଟ । କହିବାକୁ ଗଲେ ଶ୍ରୀଲଙ୍କାରେ ପେଟ୍ରୋଲ ଆଦୌ ନାହିଁ । ଏହା ଭିତରେ ୨ଟି ପେଟ୍ରୋଲ ଜାହଜ ଶ୍ରୀଲଙ୍କା ବନ୍ଦରରେ ଲାଗିଥିଲେ ବି ସରକାରଙ୍କ ପାଖରେ ଅର୍ଥ ଅଭାବ ଏବେ ଏହାକୁ କିଣିବା ପାଇଁ ବାଧକ ସାଜିଛି । ଶ୍ରୀଲଙ୍କାର ଶକ୍ତିମନ୍ତ୍ରୀ କହିଛନ୍ତି , ଦେଶରେ ଅର୍ଥର ଘୋର ଅଭାବ ରହିଛି ।

ତେଣୁ ପେଟ୍ରୋଲ କିିଣିବା ପାଇଁ ସରକାର ଅସମର୍ଥ । ସେପଟେ ଅଭାବକୁ ବିରୋଧ କରି ପୂରା ଶ୍ରୀଲଙ୍କାରେ ଜୋରଦାର ପ୍ରଦର୍ଶନ ଚାଲିିଛି । ଦେଶରେ ଶାନ୍ତି ବଜାୟ ରଖିବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ । ସେପଟେ ଏଭଳି ଜଟିଳ ସ୍ଥିତିରେ ଦେଶକୁ ୧ ହଜାର ୨ ଶହ ୪୩ କୋଟି ଟଙ୍କାର ସହାୟତାର ହାତ ବଢାଇଛି ବିଶ୍ୱବ୍ୟାଙ୍କ । କିଛି ଦିନର ରାଜନୈତିକ ଅସ୍ଥିରତା ଶ୍ରୀଲଙ୍କାକୁ ଦୋହଲାଇବା ପରେ ବର୍ତମାନ ସ୍ଥିତିରେ ସୁଧାର ଆସିଛି ।  କିନ୍ତୁ ନୂଆ ସରକାର ଦେଶର ଆର୍ଥିକ ସଙ୍କଟର ସମସ୍ୟା ଦୂର କରିବାରେ ଫେଲ ମାରିଛନ୍ତି । ୧୯୪୮ରେ ସ୍ୱାଧୀନତା ପରଠୁ ଶ୍ରୀଲଙ୍କା ସବୁଠୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଛି  ଦେଶ ।