କନକ ବ୍ୟୁରୋ : ଭାଟ କମିଲା, ଦର କମିଲା । ରାଜ୍ୟ ସରକାର ଭାଟ୍ କମାଇବା ପରେ ପେଟ୍ରୋଲ ଏବଂ ଡିଜେଲ ଦର କମିଛି । କାରଣ କେନ୍ଦ୍ର ସରକାର ଏକ୍ସାଇଜ ଡ୍ୟୁଟି କମାଇବା ପରେ ରାଜ୍ୟ ସରକାର ଭାଟ୍ କମାଇଛନ୍ତି । ଏ ନେଇ ଅର୍ଥ ବିଭାଗ ପକ୍ଷରୁ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ପେଟ୍ରୋଲ ଉପରେ ରାଜ୍ୟ ସରକାର ୩୨ ପ୍ରତିଶତ ଭାଟ ନେଉଥିବା ବେଳେ ଏବେ ଏହାକୁ ୨୮ ପ୍ରତିଶତକୁ ହ୍ରାସ କରିଛନ୍ତି । ଫଳରେ ପେଟ୍ରୋଲ ଲିଟର ପିଛା ୩ ଟଂକା ୧୦ ପଇସା କମିଛି ।
ସେହିପରି ଡିଜେଲ ଉପରେ ପୂର୍ବରୁ ୨୮ ପ୍ରତିଶତ ଭାଟ ଆଦାୟ କରାଯାଉଥିବା ବେଳେ ଏହାକୁ ୨୪ ପ୍ରତିଶତକୁ କମାଇଛନ୍ତି ରାଜ୍ୟ ସରକାର । ଫଳରେ ଡିଜେଲ ଦର ଲିଟର ପିଛା ୨ ଟଂକା ୮୯ ପଇସା ହ୍ରାସ ପାଇଛି । ଭୁବନେଶ୍ୱରେ ଆଜି ପେଟ୍ରୋଲ ଲିଟର ପିଛା ଦର ୧୦୧ ଟଙ୍କା ୭୮ ପଇସା ରହିଥିବା ବେଳେ ଡିଜେଲ ଦର ୯୧ ଟଙ୍କା ୬୨ ପଇସା ରହିଛି । ସେହିପରି କଟକରେ ପେଟ୍ରୋଲ ଦର ୧୦୫ ଟଙ୍କା ୨୬ପଇସା ଥିଲା ଯାହା ଆଜି ୧୦୨ଟଙ୍କା ୧୫ପଇସା ରହିଛି । ଡିଜେଲ ଦର ୯୪ଟଙ୍କା ୮୭ପଇସା ଥିବା ବେଳେ ଆଜି ଏହା ୯୧ଟଙ୍କା ୯୬ପଇସା ରହିଛି ।