ପୁଣି ବଢ଼ିଲା ତେଲ ଦର : ପାଂଚ ଦିନରେ ବଢ଼ିଲାଣି ଦେଢ଼ ଟଙ୍କା । ଭୁବନେଶ୍ୱରରେ ୭୫ ଟଙ୍କା ଟପିଲା ପେଟ୍ରୋଲ ମୂଲ୍ୟ । ୭୨କୁ ଛୁଇଲା ଡିଜେଲ ଦର

Advertisment
ପୁଣି ବଢ଼ିଲା ତେଲ ଦର : ପାଂଚ ଦିନରେ ବଢ଼ିଲାଣି ଦେଢ଼ ଟଙ୍କା । ଭୁବନେଶ୍ୱରରେ ୭୫ ଟଙ୍କା ଟପିଲା ପେଟ୍ରୋଲ ମୂଲ୍ୟ । ୭୨କୁ ଛୁଇଲା ଡିଜେଲ ଦର

Source:EnergyInfraPost

କନକ ବ୍ୟୁରୋ: ରାଜଧାନୀରେ ପେଟ୍ରୋଲର ଲିଟର ପିଛା ଦର ୭୫ ଟଙ୍କା ଟପିଯାଇଛି। ନିୟମିତ ଦର ବୃଦ୍ଧି ଯୋଗୁଁ ପେଟ୍ରୋଲ୍ ଦର ଏଭଳି ସ୍ତରରେ ପହଞ୍ଚିଯାଇଛି। କର୍ଣ୍ଣାଟକ ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ପେଟ୍ରୋଲ୍ ଦର ବଢ଼ିବା ଆରମ୍ଭ ହୋଇଥିଲା। ଏହାର ପୂର୍ବରୁ ୧୯ ଦିନ ପର୍ଯ୍ୟନ୍ତ ପେଟ୍ରୋଲ୍ ଦର ବଢ଼ିନଥିଲା। ଚଳିତ ମାସ ୧୩ ତାରିଖରେ ପେଟ୍ରୋଲର ଲିଟର ପିଛା ଦର ୭୩ ଟଙ୍କା ୬୪ ପଇସା ଥିଲା। ଏବେ ତାହା ୭୫ ଟଙ୍କା ୬ ପଇସାକୁ ବୃଦ୍ଧି ପାଇଛି। ବିଗତ ପାଞ୍ଚ ଦିନ ଭିତରେ ପେଟ୍ରୋଲ୍ ମୂଲ୍ୟରେ ୧ ଟଙ୍କା ୪୨ ପଇସା ବୃଦ୍ଧି ହୋଇଛି । ସେହିପରି ଡିଜେଲର ଲିଟର ପିଛା ଦର ୭୨ ଟଙ୍କା ୪୩ ପଇସାରେ ପହଞ୍ଚିଯାଇଛି। ଚଳିତ ମାସ ୧୩ ତାରିଖରେ ଡିଜେଲ ଦର ୭୦ ଟଙ୍କା ୮୮ ପଇସା ଥିଲା। ପାଞ୍ଚ ଦିନ ଭିତରେ ଡିଜେଲ ଦରରେ ୧ ଟଙ୍କା ୫୫ ପଇସା ବୃଦ୍ଧି ହୋଇଛି ।

ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୮୦ ଡଲାରରୁ ଅଧିକ ସ୍ତରରେ ରହିଛି। ସେହିପରି ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୬୮ ଟଙ୍କା ପାଖାପାଖି ରହିଛି। ଏହି ଦୁଇ ପ୍ରମୁଖ କାରଣ ଯୋଗୁଁ ଅଶୋଧିତ ତେଲ ମହଙ୍ଗା ହୋଇଯାଇଛି। ଏହାର ପ୍ରଭାବରେ ସ୍ଥାନୀୟ ବଜାରରେ ପେଟ୍ରୋଲ୍ ଓ ଡିଜେଲ ଦରରେ ବୃଦ୍ଧି ଘଟୁଛି। ନିୟମିତ ଦର ବୃଦ୍ଧି ହେଉଥିଲେ ମଧ୍ୟ ଟିକସ ହ୍ରାସ କରିବା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚୁପ୍ ରହିଛନ୍ତି ।

ଉଲ୍ଲେଖଯୋଗ୍ୟ, ପେଟ୍ରୋଲ୍ ଓ ଡିଜେଲ ମୂଲ୍ୟର ପାଖାପାଖି ଅଧା ଭାଗ ହେଉଛି ଟିକସ। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଉଭୟ ତେଲ ଉପରେ ଚଢ଼ା ଦରରେ ଟିକସ ଲାଗୁ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe