ବେଲଗାମ ତୈଳଦର । ରାଜଧୀନୀରେ ପେଟ୍ରୋଲ ୮୨ ଟପିଲା

Advertisment
ତେଲ ଦରରେ ଲାଗୁନି ବ୍ରେକ୍ : ଭୁବନେଶ୍ୱରରେ ୧୦୮ ଟଙ୍କା ଟପିଲା ପେଟ୍ରୋଲ୍‌

କନକ ବ୍ୟୁରୋ : ଥମିବାରେ ନା ନେଉ ନାହିଁ ତୈଳ ଦର । ଲଗାତାର ଭାବରେ ସାରା ଦେଶରେ ତୈଳଦର ବଢିବାରେ ଲାଗିଛି । ତୈଳଦର ବୃଦ୍ଧି ଯୋଗୁଁ ଖାଉଟିମାନେ ଅନେକ ପ୍ରକାର ଅସୁବିଧାର ସମୁଖୀନ ହେଉଛନ୍ତି । ତେବେ ଏହାରି ମଧ୍ୟରେ ଭୁବନେଶ୍ୱରରେ ପେଟ୍ରୋଲ ଦର ଆଜି ୮୨ ଟଙ୍କା ଟପିଛି। ଗୁରୁବାର ପେଟ୍ରୋଲ ୮୧ ଟଙ୍କା ୮୨ ପଇସା ଥିବାବେଳେ ଶୁକ୍ରବାର ଏଥିରେ ୨୧ ପଇସା ବୃଦ୍ଧି ପାଇ ୮୨ ଟଙ୍କା ୩ ପଇସାରେ ପହଞ୍ଚି ଯାଇଛି।

publive-imageଚଳିତମାସ ୧୪ରେ ରାଜଧାନୀରେ ପେଟ୍ରୋଲ ଦର ୮୦ ଟଙ୍କା ଟପିଥିଲା। ତେବେ ୮୦ ଟଙ୍କା ଟପିବାର ମାତ୍ର ୫ ଦିନ ମଧ୍ୟରେ ପେଟ୍ରୋଲ ୮୧ ଟଙ୍କା ଛୁଇଁଥିଲା। ୧୪ ତାରିଖରୁ ୨୮ ତାରିଖ ମଧ୍ୟରେ ପେଟ୍ରୋଲ ଦର ପାଖାପାଖି ୨ ଟଙ୍କା ବୃଦ୍ଧି ଘଟିଛି। ଅନ୍ୟପକ୍ଷରେ ଡିଜେଲ ଦର ୮୦ ଟଙ୍କା ଛୁଇଁବାକୁ ବସିଛି। ଗୁରୁବାର ତୁଳନାରେ ଆଜି ଡିଜେଲ ଦରରେ ୧୯ ପଇସା ବୃଦ୍ଧି ଘଟି ୭୯ ଟଙ୍କା ୮୬ ପଇସାରେ ପହଞ୍ଚିଥିବା ଜଣାପଡ଼ିଛି। ବାରମ୍ବାର ଆନ୍ଦୋଳନ କରିବା ପରେ ମଧ୍ୟ କୌଣସି ପରିବର୍ତନ ହୋଇ ନାହିଁ ତୈଳଦର । ଲଗାତାର ଭାବରେ ଏପରି ତୈଳ ଦର ବଢୁଥୁବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe