ଭାରତ ଠାରୁ ନେପାଳରେ ଶସ୍ତା ପେଟ୍ରୋଲ ଓ ଡିଜେଲ ଦର : ପଡୋଶୀ ଦେଶରେ ପେଟ୍ରୋଲ ୨୨ଟଙ୍କା ଶସ୍ତା ହୋଇଥିବାରୁ ଚୋରାରେ ହେଉଛି ସୀମା ପାର

ଗତ ସପ୍ତାହରେ ଚୋରା ଚାଲଣ ବେଳେ ଧରାପଡ଼ିଥିଲା ତେଲ ଟ୍ୟାଙ୍କର

249

କନକ ବ୍ୟୁରୋ : ନେପାଳରୁ ଚୋରାରରେ ଭାରତ ଆସୁଛି ପେଟ୍ରୋଲ ଓ ଡିଜେଲ । ଆମ ଦେଶରେ ପ୍ରତିଦିନ ତେଲଦର ବଢି ଚାଲିଥିବା ବେଳେ, ଭାରତ ଉପରେ ତେଲ ଚାହିଦା ପାଇଁ ନିର୍ଭରଶୀଳ ନେପାଳ ପୁଣି ଭାରତକୁ କରୁଛି ତେଲ ଚୋରାଚାଲାଣ । ବିଶେଷ କରି ଟିକସରେ ରହିଥିବା ଭିନ୍ନତା କାରଣରୁ ନେପାଳରେ ତେଲ ଶସ୍ତାରେ ମିଳୁଛି । ଆଉ ନେପାଳରୁ ସ୍ଥଳଭାଗ ଦେଇ ଟ୍ୟାଙ୍କର ଜରିଆରେ ଭାରତକୁ ପେଟ୍ରୋଲ ଓ ଡିଜେଲ ଚୋରାଚାଲାଣ ହେଉଛି ।

ଗତ ସପ୍ତାହରେ ଚୋରାଚାଲଣ କରାଯାଉଥିବା ଏକ ତେଲ ଟ୍ୟାଙ୍କରକୁ ପୋଲିସ ଜବତ କରିଥିଲା । ଏଥିରେ ୧ ହଜାର ୩୬୦ ଲିଟର ଡିଜେଲ ଥିବା ପୋଲିସ ପକ୍ଷରୁ କୁହାଯାଇଥିଲା । ଭାରତରେ କେତେକ ସ୍ଥାନରେ ପେଟ୍ରୋଲର ଲିଟର ପିଛା ଦର ୧୦୦ ଟଙ୍କାରେ ପହଂଚି ଯାଇଛି । କୁହାଯାଉଛି ଦକ୍ଷିଣ-ପୂର୍ବ ଏସୀୟାରେ ଏହା ସର୍ବାଧିକ । ତେଣୁ ପେଟ୍ରୋଲ, ଡିଜେଲର ଚୋରାଚାଲାଣ ଆରମ୍ଭ ହୋଇଯାଇଛି ।

– ଭାରତଠାରୁ ନେପାଳରେ ପ୍ରାୟ ୨୨ ଟଙ୍କା ଶସ୍ତା ପେଟ୍ରୋଲ ଲିଟର ପିଛା ଦର
– ଭାରତଠାରୁ ପେଟ୍ରୋଲ ନେଉଥିବା ନେପାଳରେ ତେଲ ଶସ୍ତା କେମିତି ?
– ନେପାଳ ଭାରତର ମିତ୍ର ରାଷ୍ଟ୍ର ହୋଇଥିବାରୁ ଏକାଧିକ ସାମଗ୍ରୀ ଆମଦାନୀ କରୁଛି
– ପେଟ୍ରୋଲିୟମ ସାମଗ୍ରୀ ପାଇଁ ମଧ୍ୟ ଭାରତ ଉପରେ ନିର୍ଭରଶୀଳ ନେପାଳ
– ଏହି କାରବାର ନେପାଳ ସହ ହୋଇଥିବା ଏକ ପୁରୁଣା ଚୁକ୍ତି ଅନୁସାରେ ହୁଏ
– ଇଣ୍ଡିଆନ ଅଏଲ କର୍ପୋରେସନ ହିଁ ନେପାଳ ପାଇଁ ତେଲ ଆମଦାନୀ କରିଥାଏ
– ତେଲ ଉତ୍ପାଦକ ଦେଶରୁ ପେଟ୍ରୋଲିୟମ ସାମଗ୍ରୀ ଭାରତ ଦେଇ ନେପାଳ ଯାଏ
– ଭାରତରେ ଏହାକୁ ବିଶୋଧନ କରି ନେପାଳକୁ ଯୋଗାଇ ଦିଆଯାଉଛି
– ତେଣୁ କିଣାମୂଲ୍ୟ ସହ କେବଳ ବିଶୋଧନ ଖର୍ଚ୍ଚ ନେପାଳଠାରୁ ଆଦାୟ ହେଉଛି
– କୌଣସି ଅତିରିକ୍ତ ଶୁଳ୍କ ବସା ଯାଉନଥିବାରୁ ନେପାଳରେ ତେଲ ଶସ୍ତା ରହିଛି

ଜାଣନ୍ତୁ କେଉଁ ଦେଶରେ କେତେଟଙ୍କା ରହିଛି ପେଟ୍ରୋଲ ଓ ଡିଜେଲର ଲିଟର ପିଛା ଦର :-

ଦେଶ              ପେଟ୍ରୋଲ           ଡିଜେଲ
ଭାରତ            ୯୦.୮୩             ୮୧.୩୨
ନେପାଳ          ୬୮.୯୭             ୫୮.୩୧
ଭୁଟାନ           ୪୯.୫୬             ୪୬.୩୧
ପାକିସ୍ତାନ        ୫୧.୧୩             ୫୩.୦୪
ବାଂଲାଦେଶ     ୭୬.୪୦             ୫୫.୮୦
ଶ୍ରୀଲଙ୍କା        ୬୦.୨୬              ୩୮.୯୨