କମୁନି ତେଲ ତାତି ! ମୁମ୍ବାଇରେ ପେଟ୍ରୋଲ ଦର ଟପିଲା ୯୦, ଦିଲ୍ଲୀ ଓ କୋଲକାତାରେ ବି ବଢିଲା ଦାମ୍ ।

ହୁ ହୁ ହୋଇ ବଢୁଛି ତେଲ ଦର । ଦିଲ୍ଲୀ ଓ ମୁମ୍ବାଇଠୁ ବଳିଗଲା ଓଡିଶା, ୯୪ ଟଙ୍କା ଟପିଲା ପେଟ୍ରୋଲ ଦର... ଡିଜେଲ ଲିଟରକୁ ୯୧ ଟଙ୍କା ୩୯ ପଇସା

କନକ ବ୍ୟୁରୋ : ସାରା ଦେଶରେ ଦିନକୁ ଦିନ ବଢିଚାଲିଛି ତେଲ ଦର । ପେଟ୍ରୋଲ ଡିଜେଲ ଦର କମିବାର ନାଁ ନେଉନି । ଆଜି ପୁଣି ପେଟ୍ରୋଲ ଲିଟର ପିଛା ୧୧ ପଇସା ବୃଦ୍ଧି ପାଇ ଦେଶର ବାଣିଜ୍ୟ ନଗରୀ ମୁମ୍ବାଇରେ ପେଟ୍ରୋଲ ଦର ୯୦ ଟଙ୍କା ପାର କରିଛି । ଆଜି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୦ଟଙ୍କା ୮ପଇସା ହୋଇଛି । ସେହିପରି ଡିଜେଲ ଦର ରହିଛି ୭୮ଟଙ୍କା ୫୮ ପଇସା ହୋଇଛି ।

publive-image

ରାଜଧାନୀ ଦିଲ୍ଲୀରେ ମଧ୍ୟ ତେଲ ଦର ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୨ଟଙ୍କା ୭୨ପଇସା ଏବଂ ଡିଜେଲ ୭୪ଟଙ୍କା ୨ପଇସା ହୋଇଛି । କୋଲକାତାରେ ପେଟ୍ରୋଲ ୮୪ଟଙ୍କା ୫୪ପଇସା ରହିଥିବାବେଳେ ଚେନ୍ନାଇରେ ୮୫ଟଙ୍କା ୯୯ ପଇସାରେ ପହଁଚିଛି । ଅର୍ନ୍ତରାଷ୍ଟ୍ରୀୟ ବଜାରର ତେଲ ଦର ବୃଦ୍ଧି ପାଉଥିବାରୁ ଆଗାମୀ ଦିନରେ ତେଲ ଦର ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ତେବେ ଗୋଟେ ପଟେ ତେଲ ଦର କମିବାର ନାଁ ଧରୁନଥିବା ବେଳେ ଏହାକୁ ନେଇ ରାଜନୀତି ମଧ୍ୟ ତେଜିବାରେ ଲାଗିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe