କନକ ବ୍ୟୁରୋ: ମାଲକାନଗିରିରେ ରେକର୍ଡ କରିଛି ତେଲ ଦର । ପେଟ୍ରୋଲ ଲିଟରପିଛା ୯୧ ଟଙ୍କା ଅତିକ୍ରମ କରିଥିବାବେଳେ ଡିଜେଲ ବି ଲିଟର ପିଛା ୮୭ ଟଙ୍କା ପାର କରିଛି । ସେହିଭଳି କାଲିିମେଳାରେ ବି ପେଟ୍ରୋଲ ଲିଟର ପିଛା ଦାମ ରହିଛି ପାଖାପାଖି ୯୨ ଟଙ୍କା ।
କାଲିମେଳାରେ ଗତ ଦୁଇଦିନ ହେଲା ପେଟ୍ରେଲ ପମ୍ପ ଖୋଲୁନଥିବାରୁ ଲୋକେ ହଇରାଣର ସମ୍ମୁଖୀନ ହୋଇଛନ୍ତି । ପରିବହନ ଖର୍ଚ୍ଚର୍ ଓ ଅନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ଯୋଗୁଁ ମାଲକାନଗିରି ଓ କାଲିମେଳାରେ ତେଲଦର ରାଜ୍ୟର ଅନ୍ୟ ସ୍ଥାନ ଅପେକ୍ଷା ଅଧିକ ରହୁଛି । ଗତ କିଛି ଦିନ ମଧ୍ୟରେ ତୁଳନାତ୍ମକ ଭାବେ ଦେଖିଲେ ଉଭୟ ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତ ଭାବେ ବଢିବାରେ ଲାଗିଛି । ମାଲକାନଗିରିରେ ପେଟ୍ରୋଲ ଦର ଗତ ୧୭ ତାରିଖରେ ୯୦ ଟଙ୍କା ୪୦ ପଇସା ଥିବାବେଳେ ଡିଜେଲ ଲିଟର ଥିଲା ୮୬ ଟଙ୍କା ୪୬ ପଇସା ଆଉ ଆଜି ମାଲକାନଗିରିରେ ପେଟ୍ରୋଲ ୯୧ ଟଙ୍କା ୧୬ ପଇସା ଥିବାବେଳେ ଡିଜେଲ ଅଛି ୮୭ ଟଙ୍କା ୨୮ ପଇସା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/01/27-16.jpg)