ଶସ୍ତା ହେବ ତେଲ ଦର : ପେଟ୍ରୋଲ ଓ ଡିଜେଲ ଉପରୁ ସରକାର କମାଇଲେ ଅବକାରୀ ଟିକସ

21

କନକ ବ୍ୟୁରୋ : ତେଲ ଦର କମିବ । ଆଜି ମଧ୍ୟରାତ୍ରରେ ଲାଗୁ ହେବ ନୂଆ ଦର । କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଉପରୁ ମୂଳ ଅବକାରୀ ଟିକସରୁ ୨ ଟଙ୍କା କମାଇଛନ୍ତି । ଏନେଇ ଟ୍ୱିଟ୍ କରିଛନ୍ତି ଅର୍ଥ ମନ୍ତ୍ରାଳୟ । ସାଧାରଣ ଲୋକଙ୍କ ସ୍ୱାର୍ଥକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଇଛି ।

ଏବେ ଦେଶର ଅଧିକାଂଶ ରାଜ୍ୟରେ ପେଟ୍ରୋଲ ଦର ପ୍ରାୟ ୭୦ ଟଙ୍କା ଏବଂ ଡିଜେଲ ଦର ପ୍ରାୟ ୬୦ ଟଙ୍କା ଟପିଛି । ଏପଟେ କେନ୍ଦ୍ର ସରକାରଙ୍କ ନିଷ୍ପତି ପରେ ଦେଶକୁ ବାର୍ଷିକ ୨୬ ହଜାର କୋଟି ଟଙ୍କାର ବୋଝ ପଡିବ ବୋଲି ଅର୍ଥମନ୍ତ୍ରାଳୟ କହିଛି । କେନ୍ଦ୍ରରେ ଏନଡିଏ ସରକାର ଆସିବା ପରଠାରୁ ଏଯାଏଁ ଡିଜେଲ ଉପରେ ଅବକାରୀ ଶୁଳ୍କ ୩୮୦ ପ୍ରତିଶତ ଟପିଲାଣି ବୋଲି ସୂଚନା ମିଳିଛି । ସେହିପରି ପେଟ୍ରୋଲ ଉପରେ ଏହା ୧୨୦ ପ୍ରତିଶତ ଟପିସାରିଛି । ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ଏହି ଟିକସରେ କିଛି କାଟ୍ କରିଛନ୍ତି ।