କନକ ବ୍ୟୁରୋ: ଭୁବନେଶ୍ୱର ବସ୍ତିରେ ଅନ୍ତର୍ଜାତୀୟ ଟେବୁଲ ଟେନିସ୍ ଫେଡେରେସନର ସଭାପତି ପେଟ୍ରା ସୋରଲିଙ୍ଗ । ବସ୍ତିରେ ରହି ଟେବୁଲ ଟେନିସରେ କ୍ୟାରିଅର କରିବାକୁ ସ୍ୱପ୍ନ ଦେଖୁଥିବା କିଛି ଖେଳାଳିଙ୍କ ଘରକୁ ଯାଇ ଭେଟିଛନ୍ତି ପେଟ୍ରା । ସେହିପରି ପିଲାମାନଙ୍କ ଭବିଷ୍ୟତ ନେଇ ଅଭିଭାବକଙ୍କ ସହ ବି ଆଲୋଚନା କରିଛନ୍ତି । ଆଉ ସେମାନଙ୍କୁ ଆଗକୁ ବଢିବାକୁ ଆଇଟିଟିଏଫ ସବୁ ପ୍ରକାର ସୁବିଧା ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସଭାପତି ପେଟ୍ରା ।

Advertisment

କେବଳ ଏତିକି ନୁହେଁ ବିଭିନ୍ନ ବିଦ୍ୟାଳୟରେ ମଧ୍ୟ ସେ ଟେବୁଲ୍ ଟେନିସର ପାଠ ପଢାଇଛନ୍ତି । ପାଠପଢା ସାଙ୍ଗକୁ କିପରି ଟେବୁଲ ଟେନିସରେ କଡା ଅଭ୍ୟାସ କରି ଅନ୍ତର୍ଜାତୀୟସ୍ତରରେ ଭାରତର ପ୍ରତିନିଧିତ୍ୱ କରିହେବ ସେନେଇ ଖେଳାଳୀମାନଙ୍କୁ ମନ୍ତ୍ର ମଧ୍ୟ ଦେଇଛନ୍ତି । ବସ୍ତିରେ ଛପିରହିଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରୋ ସ୍ପୋର୍ଟସର ପ୍ରୟାସକୁ ମଧ୍ୟ ପେଟ୍ରା ପ୍ରଶଂସା କରିଛନ୍ତି ।