ଆଜି ବାବ୍ରୀ ମସଜିଦ ଓ ରାମ ମନ୍ଦିରକୁ ନେଇ ଜାରି ରହିଥିବା ବିବାଦର ସୁପ୍ରିମକୋର୍ଟ ଦେଇଥିବା ରାୟ ବିରୋଧରେ ଆଗତ ରିଭ୍ୟୁ ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ । ଏହି ରିଭ୍ୟୁ ପିଟିସନ ଶୁଣାଣି ପାଇଁ ଯୋଗ୍ୟ କି ନୁହେଁ , ତା ବିଚାର କରିବେ । ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ବେଞ୍ଚ ଏହାର ଶୁଣାଣି କରିବେ ବୋଲି ଜଣାପଡିଛି । ଏହି ଶୁଣାଣି ଦ୍ୱିପହର ୧ : ୪୦ ସମୟରେ କରାଯିବ । ତେବେ ଏହି ନିଷ୍ପତ୍ତି ବିଚାରପତିଙ୍କ ଚ୍ୟାମ୍ବରରେ ହେବ । ଚ୍ୟାମ୍ବରରେ ହିଁ ରିଭ୍ୟୁ ପିଟିସନର ଶୁଣାଣି କେବେ ହେବ ସେ ନେଇ ବିଚାର କରାଯିବ । ସେହିପରି ବର୍ତ୍ତମାନ ଖଣ୍ଡପୀଠରେ ୪ ଜଣ ବିଚାରପତି ଅଛନ୍ତି, ତେଣୁ କାହାକୁ ଏଥିରେ ସାମିଲ କରାଯିବ , ତାର ମଧ୍ୟ ନିଷ୍ପତ୍ତି ନିଆଯିବ । /kanak/media/post_attachments/wp-content/uploads/2019/12/adultery-kiUC-621x414@LiveMint-300x200.jpg)
ନଭେମ୍ବର ୯ ରେ ତତକାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଈଙ୍କ ଖଣ୍ଡପୀଠ ବିବାଦୀୟ ୨.୭୭ ଏକର ଜମି ହିନ୍ଦୁ ପକ୍ଷଙ୍କୁ ଦେଇଥିବା ବେଳେ ମୁସଲିମ ପକ୍ଷଙ୍କୁ ଅନ୍ୟତ୍ର ୫ ଏକର ଜମି ଦେବାକୁ କହିଥିଲେ । ତେବେ ଏହି ରାୟ ନେଇ ଏକଧିକ ରିଭ୍ୟୁ ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/12/ayodhya-verdict.jpg)