ସରକାରଙ୍କ ନିଷ୍ପତିକୁ ବିରୋଧ। ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କଲେ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ରାଜ୍ୟ ସଭାପତି ରଞ୍ଜନ ମଲ୍ଲିକ

ସରକାରଙ୍କ ନିଷ୍ପତିକୁ ବିରୋଧ। ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କଲେ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ରାଜ୍ୟ ସଭାପତି ରଞ୍ଜନ ମଲ୍ଲିକ

କନକ ବ୍ୟୁରୋ: ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଇଚ୍ଛା ମୃତ୍ୟୁ ପାଇଁ ଆବେଦନ ।  ମହାମହିମ ରାଷ୍ଟ୍ରପତିଙ୍କୁ ଇଛା ମୃତ୍ୟୁ ନିବେଦନ କରିଛନ୍ତି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ରାଜ୍ୟ ସଭାପତି ରଂଜନ ମଲ୍ଲିକ  । କାର୍ଯ୍ୟରତ ହୋମଗାର୍ଡମାନଙ୍କୁ ମାର୍ଚ ମାସରେ ୯୦ଦିନ ଭିତରେ ବର୍ଦ୍ଧିତ ଦରମା ଦେବାକୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ସମୟସୀମା ସରିବାକୁ ଥିବା ବେଳେ ରାଜ୍ୟ ସରକାର ପୁଣି ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି  । ଫଳରେ ରାଜ୍ୟର ୧୭ ହଜାର ହୋମଗାର୍ଡ ବର୍ଦ୍ଧିତ ଦରମା ସହ ବକେୟାରାଶି ପାଇବାକୁ ନେଇ ସନ୍ଦେହ ଉପୁଜିଛି  ।

ରାଜ୍ୟ ସରକାର ହୋମଗାର୍ଡଙ୍କ ପ୍ରତି ରଖିଥିବା ବୈମାତୃକମନୋବୃତି ପୋଷଣ କରୁଛନ୍ତି । ହୋମଗାର୍ଡଙ୍କ ଦରମା ବଢାଇବାକୁ ଚାହୁଁ ନଥିବାରୁ ସମୁହ ହୋମଗାର୍ଡଙ୍କ ସ୍ୱାର୍ଥ ଦୃଷ୍ଟିରୁ ଇଚ୍ଛା ମୃତ୍ୟୁ ପାଇଁ ଆଦେବନ କରିଛନ୍ତି ରାଜ୍ୟ ସଭାପତି ହିସାବରେ ମୋତେ ମୃତ୍ୟ ଲାଗି ଅନୁମତି ଦିଆଯାଉବୋଲି ନିବେଦନ କରିଛନ୍ତି ରଂଜନ ମଲ୍ଲିକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe