ସରକାରଙ୍କ ନିଷ୍ପତିକୁ ବିରୋଧ। ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କଲେ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ରାଜ୍ୟ ସଭାପତି ରଞ୍ଜନ ମଲ୍ଲିକ
କନକ ବ୍ୟୁରୋ: ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଇଚ୍ଛା ମୃତ୍ୟୁ ପାଇଁ ଆବେଦନ । ମହାମହିମ ରାଷ୍ଟ୍ରପତିଙ୍କୁ ଇଛା ମୃତ୍ୟୁ ନିବେଦନ କରିଛନ୍ତି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ରାଜ୍ୟ ସଭାପତି ରଂଜନ ମଲ୍ଲିକ । କାର୍ଯ୍ୟରତ ହୋମଗାର୍ଡମାନଙ୍କୁ ମାର୍ଚ ମାସରେ ୯୦ଦିନ ଭିତରେ ବର୍ଦ୍ଧିତ ଦରମା ଦେବାକୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ସମୟସୀମା ସରିବାକୁ ଥିବା ବେଳେ ରାଜ୍ୟ ସରକାର ପୁଣି ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି । ଫଳରେ ରାଜ୍ୟର ୧୭ ହଜାର ହୋମଗାର୍ଡ ବର୍ଦ୍ଧିତ ଦରମା ସହ ବକେୟାରାଶି ପାଇବାକୁ ନେଇ ସନ୍ଦେହ ଉପୁଜିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ରାଜ୍ୟ ସରକାର ହୋମଗାର୍ଡଙ୍କ ପ୍ରତି ରଖିଥିବା ବୈମାତୃକମନୋବୃତି ପୋଷଣ କରୁଛନ୍ତି । ହୋମଗାର୍ଡଙ୍କ ଦରମା ବଢାଇବାକୁ ଚାହୁଁ ନଥିବାରୁ ସମୁହ ହୋମଗାର୍ଡଙ୍କ ସ୍ୱାର୍ଥ ଦୃଷ୍ଟିରୁ ଇଚ୍ଛା ମୃତ୍ୟୁ ପାଇଁ ଆଦେବନ କରିଛନ୍ତି ରାଜ୍ୟ ସଭାପତି ହିସାବରେ ମୋତେ ମୃତ୍ୟ ଲାଗି ଅନୁମତି ଦିଆଯାଉବୋଲି ନିବେଦନ କରିଛନ୍ତି ରଂଜନ ମଲ୍ଲିକ ।