କଲିକତା ହାଇକୋର୍ଟରେ ‘ଜୟ ଶ୍ରୀରାମ’ ନାରାକୁ ମୌଳିକ ଅଧିକାର ରୁପେ ଘୋଷିତ କରିବା ପାଇଁ ଯାଚିକା ଦାଖଲ କରାଯାଇଛି । ଯାଚିକାରେ ଦାଖଲ କରାଯାଇଛି କି ପଶ୍ଚିମବଙ୍ଗରେ ଜୟ ଶ୍ରୀରାମ ନାରା ଲଗାଉଥିବା ଲୋକଙ୍କ ଉପରେ ଆଇନ୍ ଦଣ୍ଡାତ୍ମକ ଆଚରଣ ଆପଣାଉଛି । ଏଭଳି ସ୍ଥିତିରେ ଅଦାଲତକୁ ଏଥିରେ ହସ୍ତକ୍ଷେପ କରିବା ନିହାତି ଆବଶ୍ୟକ ହୋଇପଡିଛି । ତେବେ କୋର୍ଟ ପକ୍ଷରୁ ଏହି ମାମଲାର ଶୁଣାଣିକୁ ସ୍ଥଗିତ ରଖାଯିବା ସହ ୪ ସପ୍ତାହ ପରେ ଏହାର ଶୁଣାଣି କରାଯିବା ନେଇ ଖବର ଆସୁଛି ।
ମୁଖ୍ୟ ନ୍ୟାୟାଧିଶ ଟିବିଏନ୍ ରାଧାକୃଷ୍ଟଣ୍ ଙ୍କ ଅଧ୍ୟକ୍ଷତାରେ ଯାଚିକା ଦାଖଲ କରି ଓକିଲ ‘ଜୟ ଶ୍ରୀରାମ’ ନାରାକୁ ମୌଳିକ ଅଧିକାର ରୁପେ ଘୋଷିତ କରିବା ପାଇଁ କହିଥିଲେ । ଘଟଣାକୁ ବ୍ୟାଖା କରି ସେ କହିଥିଲେ ଯେ ଭଗବାନ ରାମଙ୍କ ନାରା ଲଗାଇବା ,ପୂଜାର୍ଚ୍ଚନା କରୁଥିବା ନାଗରିକଙ୍କ ଉପରେ କୌଣସି ଦଣ୍ଡାତ୍ମକ ପଦକ୍ଷେପ ନେବା ଉଚିତ୍ ନୁହେଁ । ଏଭଳି ସ୍ଥିତିରେ ଅଦାଲତକୁ ତକ୍ରାଳ ଏଥିରେ ହସ୍ତକ୍ଷେପ କରିବା ଆବଶ୍ୟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/Mamata-Jai-ShriRam_710x400xt-1.jpg)
/kanak/media/post_attachments/wp-content/uploads/2019/06/calcutta-court-300x200.jpg)