କନକ ବ୍ୟୁରୋ : ୧୨ ଦିନ ପରେ ମିଳିଲା ଶୁଆ । କଟକ ତୁଳସୀପୁର ମଧୁସୂଦନ ନଗର ହଜିଯାଇଥିବା ଶୁଆ ‘କୋକୋ’ ଶେଷରେ ମିଳିଛି । ଭୁବନେଶ୍ୱର କେଶୁରା କୁଆଖିଆ ନଦୀ କୂଳରୁ ଉଦ୍ଧାର କରାଯାଇଥିଲା । ବର୍ଷାରେ ଓଦା ହୋଇ ଆହତ ହୋଇଥିବା ମନ୍ଦିରର ଶୁଆକୁ ପାଇ ଏହି ଅଂଚଳର ମନୋଜ କୁମାର ସ୍ୱାଇଁ ନାମକ ଜଣେ ବ୍ୟକ୍ତି ରଖିଥିଲେ । ଗଣମାଧ୍ୟମରେ ଏ ନେଇ ଖବର ପ୍ରସାରଣ ପରେ ସେ ଯୋଗାଯୋଗ କରିଥିଲୋ ଏହାପରେ ଶୁଆର ମାଲିକାଣୀ ପ୍ରଫେସର ସସ୍ମିତା ବେହେରା ଶୁଆକୁ ଚିହ୍ନଟ କରି ନିଜ ଘରକୁ ଆଣିଛନ୍ତି ।
#୧୨_ଦିନ_ପରେ_ଫେରିଲା ‘#କୋକୋ’
୧୨ ଦିନ ପରେ ଘରକୁ ଫେରିଲା ଶୁଆ କୋକୋ । କଟକ ତୁଳସୀପୁର ନିକଟରୁ ନିଖୋଜ ପରେ ଭୁବନେଶ୍ୱରରୁ ଉଦ୍ଧାର #Cuttack#Bhubaneswar#Odishapic.twitter.com/y1mWqfkYJX— Kanak News (@kanak_news) January 18, 2022
୧୨ ଦିନ ପରେ ଶୁଆକୁ ପାଇଥିବାରୁ ଖୁସିରେ ବିଭୋର ହୋଇପଡିଥିଲେ । ଶୁଆ ଅସୁସ୍ଥ ହୋଇପଡିଥିବାରୁ ତାକୁ ଚିକିତ୍ସା କରାଯାଇଛି । ଏବେ ଶୁଆ ସୁସ୍ଥ ରହିଛି । ଗତ ୫ ତାରିଖରୁ ସସ୍ମିତାଙ୍କ ଘରୁ ଶୁଆ କେଉଁଆଡେ ପଳାଇଯାଇଥିଲା । ଖୋଜାଖୋଜି କରି ନ ମିଳିବା ପରେ ଲିଫଲେଟ କରି ତୁଳସୀପରୁ ଅଂଚଳରେ ବାଂଟିଥିଲେ ସ୍ମସିତା । ଶୁଆକୁ ଖୋଜିଦେଲେ ୫ ହଜାର ଟଙ୍କାର ପୁରସ୍କାର ରାଶି ବିଘୋଷଣା କରିଥିଲେ ।