ଦେଶର ଅଜବ ନିୟମ : କୁକୁରକୁ ବାୟୁ ସେନାର ମୁଖ୍ୟ କରିଦେଲେ ଥାଇଲାଣ୍ଡର ରାଜା ।  

192

କନକ ବ୍ୟୁରୋ : ମଣିଷର ସଉକ କଥା କହିଲେ ନସରେ । ଜୀବନକୁ ସରଶ ସୁନ୍ଦର କରିବାକୁ କିଛି ଲୋକ ସଉକ କରୁଥିବା ବେଳେ କିଛି ଲୋକ ମୃତ୍ୟୁ ପରେ ନିଜର ନାମ ବଜାୟ ରଖିବାକୁ ବି ଅନେକ ଅଜବ ସଉକ କରୁଥିବା ଦେଖିବାକୁ ମିଳିଥାଏ । ହେଲେ ସେ ଯଦି ରାଜା ହୋଇଥାନ୍ତି ତ କଥା ସରିଲା । ତାଙ୍କ ନିଷ୍ପତ୍ତି ଶିରୋଧାର୍ଯ୍ୟ । ଏଭଳି କିଛି ଅଜବ ସଉକ ଦେଖିବାକୁ ମିଳିଛି ଥାଇଲାଣ୍ଡ ରାଜାଙ୍କର । ରାଜାଙ୍କର ୩ ଟି ପତ୍ନୀ ଥିବା ବେଳେ ବି ସେ ୨୦ ଜଣ ସେକ୍ସ ୱାର୍କର ନିଯୁକ୍ତି ଦେଇଛନ୍ତି । ଯେଉଁ ମାନଙ୍କୁ ବ୍ୟକ୍ତିଗତ ଅଙ୍ଗରକ୍ଷୀର ମାନ୍ୟତା ବି ଦିଆଯାଇଛି । ଏକଥା ତ ଅନେକ ରାଜା ମହାରାଜା ମାନେ କରିଥା’ନ୍ତି ହେଲେ ଥାଇଲାଣ୍ଡର ରାଜା ଗୋଟିଏ ପୁଡୁଲ ପ୍ରଜାତିର ପୋଷା କୁକୁରକୁ ରାଜ୍ୟର ବାୟୁସେନା ମୁଖ୍ୟ କରିବା କଥା ଏବେ ସାରା ବିଶ୍ୱରେ ଚହଳ ସୃଷ୍ଟି କରିଛି । ଖାଲି ଏତିକି ନୁହେଁ ନିକଟରେ ବାୟୁସେନାର ମୁଖ୍ୟ ପଦବୀରେ ଅବସ୍ଥାପିତ ହୋଇଥିବା କୁକୁରଟି ନିଜର ପତ୍ନୀ ଓ ଅଙ୍ଗରକ୍ଷୀ ମାନଙ୍କୁ ନେଇ ଜର୍ମାନ ଗସ୍ତରେ ଯାଇଛନ୍ତି । ଜର୍ମାନର ଏକ ପଂଚତାରକାର ହୋଟେଲର ୪ର୍ଥ ମହଲାକୁ ସ୍ୱତନ୍ତ୍ର ତାଙ୍କ ପାଇଁ ବୁକିଂ କରାଯାଇଛି  ।

ଥାଇଲାଣ୍ଡର ରାଜା ଭାଜିରାଲୋଙ୍ଗକର୍ଣଙ୍କର ଏଭଳି ନିଷ୍ପତ୍ତିକୁ ନେଇ ଥାଇଲାଣ୍ଡ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ପ୍ରଧାନ ଖାନ୍ ଓଚାଙ୍କ ଇସ୍ଥଫା ପରେ ରାଜ୍ୟରେ ୧୪୪ ଧାରା ଜାରି କରାଯାଇଛି । ଏନେଇ ଗୋଟିଏ ସ୍ଥାନରେ ୪ ରୁ ଅଧିକ ଲୋକଙ୍କ ସମାବେଶ ଉପରେ ରୋକ୍ ଲଗାଯାଇଛି । ଏହା ସତ୍ତେ୍ୱ ବି ଏକ ସପ୍ତାହ ଧରି ସେଠାରେ ରାଜତନ୍ତ୍ର ବିରୋଧରେ ବିକ୍ଷୋଭ ଜାରୀ ରହିଛି ।

ଜନତାଙ୍କ କ୍ରୋଧ ସ୍ୱାଭାବିକ ଏଇଥି ପାଇଁ ଯେ ଯେତେବେଳେ ଦେଶ କରୋନା ମହାମାରୀ ପାଇଁ ଠପ୍ ହୋଇଯାଇଛି । ଦେଶର ଲୋକମାନେ ଆର୍ଥିକ ସଂକଟରେ ସମ୍ମୁଖୀନ ହେଉଛନ୍ତି । ଲୋକମାନେ ଖାଇବାକୁ ପାଉ ନାହାନ୍ତି । ଏହି ସମୟରେ ରାଜା ୪ ଜଣ ପତ୍ନୀଙ୍କ ସହ ୨୦ ଜଣ ସେକ୍ସ ୱାର୍କରଙ୍କୁ ନେଇ ବିଦେଶ ଭ୍ରମଣ କରୁଛନ୍ତି ସେତେବେଳେ ଲୋକ ମାନେ ତ ବିରୋଧ କରିବେ ।

ଥାଇଲାଣ୍ଡ ରାଜା ଥିବା ମହା ୱାଚର୍ଲୋଙ୍ଗକୋନଙ୍କ ଜୀବନଶୈଳୀ ବି ବେସ୍ ରୋମାଞ୍ଚକର । ଏକ ଆନ୍ତର୍ଜାତୀୟ ଖବର କାଗଜରେ ପ୍ରକାଶିତ ରିପୋର୍ଟ ମୁତାବକ ଏହି ୬୮ ବର୍ଷୀୟ ରାଜା ଜଣଙ୍କର ସୁନ୍ଦରୀ ମହିଳା ମାନଙ୍କ ପ୍ରତି ରହିଛି ଅନେକ ଆବେଗ । ବୟସ ୬୮ ହୋଇଥିଲେ ବି ସେ ୪ ଜଣ ପତ୍ନୀଙ୍କ ସହ ୨୦ ଜଣ ସେକ୍ସ ୱାର୍କର ରଖିଛନ୍ତି । ଏହାସହ ତାଙ୍କର ଅତିପ୍ରିୟ କୁକୁରକୁ ରାଜକୀୟଶୈଳୀରେ ଦେଶର ବାୟୁସେନାର ମୁଖ୍ୟ ଭାବେ ଘୋଷଣା କରିଛନ୍ତି । ଯାହାପାଇଁ କି ଦେଶ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି ।

ସୂଚନା ମୁତାବକ ଥାଇଲାଣ୍ଡ ରାଜାଙ୍କ ପାଖରେ ରହିଛି ୩୦ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ସଂପତ୍ତି । ଜର୍ମାନରୁ ରାଜାଙ୍କର ହରାମକୁ ସ୍ୱତନ୍ତ୍ର ଭାବେ ମୂଲ୍ୟବାନ ସୁନା ଓ ରୂପାରେ ସଜାଯାଇଛି । କୁଟନୈତିକ ସଂପର୍କ ଦୃଷ୍ଟିରୁ ଜର୍ମାନ ସରକାର ରାଜାଙ୍କ କୌଣସି କାର୍ଯ୍ୟରେ ହସ୍ତକ୍ଷେପ କରନ୍ତି ନାହିଁ । ଏସବୁ କାରଣରୁ ଥାଇଲାଣ୍ଡ ରାଜାଙ୍କୁ ଅନେକ ସମାଲୋଚନାର ଶୀକାର ହେବାକୁ ପଡିଛି । ଅନ୍ୟପଟେ ରାଜାଙ୍କ ସମାଲୋଚନା କଲେ ୧୫ ଜେଲ ଦଣ୍ଡର ବ୍ୟବସ୍ଥା ଥିବାରୁ ଲୋକମାନେ ଭୟଭୀତ ହୋଇପଡିଛନ୍ତି ।