ମଧ୍ୟପ୍ରଦେଶର ସିବାନୀରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମନାକୁ ଆସିଛି । ଜଣେ ବ୍ୟକ୍ତିଙ୍କ ଉପରେ ବାଘ ଆକ୍ରମଣ କରିବାରୁ ତାଙ୍କ ପୋଷା କୁକୁର ମାଲିକର ଜୀବନ ବଂଚାଇଛି । ୨୨ବର୍ଷୀୟ ପଂଚମ ଗଜବେ ନାମକ ଜଣେ ଯୁବକ ଶନିବାର ସକାଳ ସମୟରେ ଶୌଚ ହେବାକୁ ଯାଇଥିବାବେଳେ ବାଘଟି ତାଙ୍କ ଉପରକୁ ଆକ୍ରମଣ କରିଥିଲା । ଏହା ଦେଖି ପଞ୍ଚମଙ୍କ ପୋଷା କୁକୁର ବାଘ ମୁହଁକୁ ଡେଇଁବା ସହ ବାଘ ସହ ଲଢ଼ିଥିଲା । ଶେଷରେ କୁକୁରର ଲଢ଼େଇ ଦେଖି ବାଘଟି ସେଠାରୁ ଚାଲି ଯାଇଥିଲା ।
ବନ ବିଭାଗ ଅଧିକାର ଟି.ଏସ୍ ସୁଲିଆଙ୍କ କହିବା ଅନୁଯାୟୀ, ପଞ୍ଚମ ନିଜ କୁକୁରକୁ ସାଥୀରେ ନେଇ ଶୌଚ ହେବାକୁ ଯାଇଥିଲେ । ଏହି ସମୟରେ ବାଘ ଆକ୍ରମଣ କରିବାରୁ କୁକୁର ଡ଼ରି ପଳାଇବା ପରିବର୍ତ୍ତେ ବାଘ ସହ ଲଢ଼ିଥିଲା । କୁକୁର ଭୁକିବା ଶୁଣି ପାଖ ଗାଁ ଲୋକେ ଆସିଯିବାରୁ ବାଘଟି ଡ଼ରି ସେଠାରୁ ପଳାଇଥିଲା । ଯଦି କୁକୁରଟି ବାଘ ସହ ଲଢ଼ିନଥାନ୍ତା ପଂଚମଙ୍କ ଜୀବନ ଚାଲିଯାଇଥାନ୍ତା । ଏହି ଘଟଣା ପରେ ପଂଚମଙ୍କ ବାମ ହାତ ଏବଂ ମୁଣ୍ଡରେ ଆଘାତ ଲାଗିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/06/cx.png)
/kanak/media/post_attachments/wp-content/uploads/2019/06/tiger_5cf4cef2001c6-300x217.jpg)