ପରଭେଜ ମୁସାରଫ ଗୁରୁତର ଅସୁସ୍ଥ। ସାମାଜିକ ଗଣମାଧ୍ୟମରେ ଭଲ ତଥ୍ୟ ନେଇ ପରିବାରର ଅସନ୍ତୋଷ ।

163

କନକ ବ୍ୟୁରୋ: ଗୁରୁତର ଅସୁସ୍ଥ ଅଛନ୍ତି ପାକିସ୍ଥାନର ପୂର୍ବତନ ରାଷ୍ଟ୍ର୍ରପତି ପରଭେଜ୍ ମୁସାରଫ । ଗତ ୩ ମାସ ଧରି ସେ ଅସୁସ୍ଥ ଥିବାରୁ ସେ ମେଡିକାଲରେ ଚିକିତ୍ସିତ ହେଉଥିବା ନେଇ ତାଙ୍କ ପରିବାର ତରଫରୁ କୁହାଯାଇଛି । ତେବେ ସାମାଜିକ ଗଣମାଧ୍ୟମରେ ମୁସାରଫଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବିିଭିନ୍ନ ଖବର ମାନ ପ୍ରକାଶ ପାଉଛି ।

ଅନ୍ୟପଟେ ସେ ଭେଣ୍ଟିଲେଟରରେ ନଥିବା ନେଇ ମୁସାରଫଙ୍କ ପରିବାର ତରଫରୁ ସ୍ପଷ୍ଟ କରାଯାଇଛି । ସେ ଆମିଲୋଡୋସିସିରେ ପୀଡିତ ଥିବା ନେଇ ପରିବାର ପକ୍ଷରୁ କୁହାଯାଇଛି । ତେବେ ମୁସାରଫଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସୁନାହିଁ ଏବଂ ତାଙ୍କ ଅଙ୍ଗପ୍ରତ୍ୟେଙ୍ଗ ଠିକ୍ ରୂପରେ ଚାଲୁନଥିବା ନେଇଜଣାଇଛନ୍ତି ମୁସାରଫଙ୍କ ପରିବାର । ଏନେଇ ପରଭେଜ୍ ମୁସାରଫଙ୍କ ଟୁଇଟର ଆକାଉଣ୍ଟରୁ ଏକ ପୋଷ୍ଟ କରାଯାଇଛି ।