ସାଲିଆ ସାହିରେ ବ୍ୟକ୍ତିତ୍ୱ ବିକାଶ ତାଲିମ କାର୍ଯ୍ୟକ୍ରମ ଉଦଘାଟନ

47

କନକ ବ୍ୟୁରୋ: ଭୁବନେଶ୍ୱର ସ୍ଥିତ ହ୍ୟୁମାନ ଡେଭଲୋପମେଣ୍ଟ ଟ୍ରଷ୍ଟ ତରଫରୁ ସ୍ଥାନୀୟ ସାଲିଆ ସାହିର ବିବେକାନନ୍ଦ ଶିକ୍ଷାଶ୍ରମଠାରେ ଛାତ୍ରଛାତ୍ରୀମାନଙ୍କ ପାଇଁ ନିଶ୍ୁଳ୍କ ବ୍ୟକ୍ତିତ୍ୱ ବିକାଶ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି । ଏହି କର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ଦୁଇଘଣ୍ଟା ଅବଧିର ୨୦ଟି କ୍ଲାସ ଅର୍ଥାତ ୪୦ ଘଣ୍ଟା ମାଧ୍ୟମରେ ଜୀବନ ଦକ୍ଷତାର ତାଲିମ ଦିଆଯିବ । ଏହି ତାଲିମରେ ପିଲାମାନଙ୍କୁ ସୃଜନାତ୍ମକ ପ୍ରଣାଳୀ ଅବଲମ୍ବନ କରି ଖେଳକୁଦ ଓ ବୁଦ୍ଧି ପରୀକ୍ଷା ଇତ୍ୟାଦି ମାଧ୍ୟମରେ ଶିକ୍ଷା ଦିଆଯିବ ।

ଏହି ଉଦଘାଟନ ଉତ୍ସବରେ ଲେଖିକା ଓ ସମାଜସେବୀ ବିଜୟ ଲକ୍ଷ୍ମୀ ପଟ୍ଟନାୟକ, ଦୈନିକ ସମ୍ବାଦପତ୍ର ସକାଳର ବରିଷ୍ଠ ସାମ୍ବାଦିକ ସଞ୍ଜୟ ସୁବୁଦ୍ଧି, ସାଲିଆ ସାହିର ଗୋଷ୍ଠୀ ସଭାପତି କାଳନ୍ଦୀ ପ୍ରଧାନ ଓ ସ୍କୁଲର ପ୍ରଧାନ ଶିକ୍ଷକ ଆଶିକ ଅଲ୍ଲୀ ଯୋଗ ଦେଇ ପିଲାମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ସୋନାଲି ସାମନ୍ତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଟ୍ରଷ୍ଟି କୀର୍ତ୍ତି ଦାସ ସଭାପତିତ୍ୱ କରିଥିଲେ ।

୧୦୧୭ରୁ ଆରମ୍ଭ ହୋଇଥିବା ଏହି ନିଃଶୁଳ୍କ ତାଲିମ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ତଥା କୋରାପୁଟର ଦାମନ ଯୋଡି ଓ କେନ୍ଦ୍ରାପଡାର ରାଜନଗରଠାରେ ୪୨୬ ଆର୍ଥିକ ଦୁର୍ବଳ ଶ୍ରେଣୀର ସ୍କୁଲ ଛାତ୍ରଛାତ୍ରୀଙ୍କୁ ଦିଆଯାଇଛି ।