ସ୍ମାର୍ଟ ୟୁଜର୍ସ ନିଜର ବ୍ୟକ୍ତିଗତ ଭିଡିଓ,ଫଟୋ,ଫାଇଲ୍ ଏବଂ ଡାଟାକୁ ସୁରକ୍ଷିତ କରିବାକୁ ଯାଇ ନିଜ ଫୋନକୁ କେବେ କାହା ସହ ସେୟାର୍ କରିନଥାନ୍ତି କିନ୍ତୁ ଏହାପରେ ବି ସେମାନେ ଏଭଳି ଅନେକ ଭୁଲ୍ କରିଦିଅନ୍ତି ଯେଉଁ କାରଣରୁ ତାଙ୍କ ବ୍ୟକ୍ତିଗତ ଡାଟା ଲିକ୍ ହୋଇଯାଏ । କେତେଥର ଆମ ଫୋନର ସେଫ୍ଟିର ଅନେକ ପ୍ରୟାସ କଲେ ମଧ୍ୟ ଫୋନରୁ ଡିଟେଲ୍ ଚୋରୀ ହୋଇଯାଏ । ଯାହାକୁ ସେଫ୍ କରିବା ପାଇଁ ଆପଣ ଏହି ଉପାୟ ଆପଣାଇ ପାରିବେ ।

Advertisment

publive-image

ଫୋନ୍ କୁ ସର୍ଭିସ୍ ସେଣ୍ଟରରେ ଦେବା : ଅନେକଥର ଫୋନରେ ଏଭଳି ଅସୁବିଧା ଦେଖାଦିଏ ଯେଉଁଥିପାଇଁ ଫୋନକୁ ସର୍ଭିସ ସେଣ୍ଟର ନେବାକୁ ପଡେ । ଏଭଳି ସ୍ଥିତିରେ ଆପଣଙ୍କ ଡାଟା ଲିକ୍ ନହେବା ପାଇଁ ଆପଣ ସବୁ ଡାଟାର ବ୍ୟାକଅପ୍ ନେଇ ସବୁ ଡାଟାକୁ ଡିଲିଟ୍ କରିପାରିବେ । ଯଦି ଆପଣ ଦୋକାନରେ ଫୋନ୍ ରିପେର୍ କରୁଛନ୍ତି ତେବେ ନିଜ ଉପସ୍ଥିତିରେ ହିଁ ରିପେର୍ କରାନ୍ତୁ । କିମ୍ବା ଆପଣଙ୍କ ଫୋନ୍ ମେମୋରୀ କାର୍ଡକୁ କାଢି ରଖିଦିଅନ୍ତୁ ।

ସ୍ମାର୍ଟଫୋନ୍ କୁ ଲକ୍ ରଖନ୍ତୁ : ସ୍ମାର୍ଟଫୋନ୍ ରେ ଅନେକ ପ୍ରକାର ଲକ୍ ପାଟର୍ଣ୍ଣ ଥାଏ ତେଣୁ ଏହାର ବ୍ୟବହାର କରି ଫୋନ୍ କୁ ଲକ୍ ରଖନ୍ତୁ ।

publive-image

ଫୋନ୍ ଅଫଲାଇନ୍ ଥିବାବେଳେ ହିଁ ପିଲାଙ୍କୁ ଧରିବାକୁ ଦିଅନ୍ତୁ : ଯେତେବେଳେ ବି ଆପଣ ପିଲାଙ୍କୁ ଫୋନ୍ ଦେଉଛନ୍ତି ତେବେ ଅଫଲାଇନ୍ କରି ହିଁ ଫୋନ୍ ଦିଅନ୍ତୁ । କାରଣ ପିଲାଙ୍କୁ ଗେମ୍ ଖେଳିବା ବହୁତ ଭଲ ଲାଗିଥାଏ ଏବଂ ଏହି ଗେମ୍ ମଝିରେ ଏଭଳି କିଛି ବିଜ୍ଞାପନ ଆସେ ଯାହାକୁ ଛୁଇଁବା ମାତ୍ରେ ହିଁ ଏହା ଇନଷ୍ଟଲ୍ ହୋଇଯାଏ ।

ଫୋନ୍ କୁ ଅପଡେଟ୍ କରୁଥାନ୍ତୁ : ଫୋନକୁ ଅପଡେଟ୍ କରିବା ପରେ ହିଁ ଏହା ଅଧିକ ସକ୍ରିୟ ହେବା ସହ ଏହାର ସିକ୍ୟୁରିଟି ମଧ୍ୟ ବଢିଯାଏ । କିନ୍ତୁ ଅନେକ ୟୁଜର ଫୋନ୍ କୁ ଅପଡେଟ୍ କରନ୍ତି ନାହିଁ । କିନ୍ତୁ ଫୋନ୍ କୁ ପ୍ରତିମାସରେ ଅପଡେଟ୍ କରିବା ନିହାତି ଦରକାର । ଯେଉଁଥିପାଇଁ ଆପଣଙ୍କୁ ସେଟିଙ୍ଗରେ ଯାଇ ଆବାଉଟ୍ ଫୋନ୍ ରେ ଯାଇ ଅପଡେଟ୍ ଅପ୍ସନ୍ ମିଳିଯିବ ।

ସୋସିଆଲ୍ ପ୍ଲାଟଫର୍ମ : ସୋସିଆଲ୍ ମିଡିଆରେ କୌଣସି ଭିଡିଓ କିମ୍ବା ଫଟୋ ସେୟାର୍ କଲାବେଳେ ଏହାସହ ଆପଣଙ୍କ ବ୍ୟକ୍ତିଗତ ଫାଇଲ୍ ସେୟାର୍ ହେଉଛି କି ନାହିଁ ସେଥିପ୍ରତି ଧ୍ୟାନ ଦିଅନ୍ତୁ ।

ଆପ୍ କୁ ପରମିଶନ୍ : ଯେତେବେଳେ ବି ଆମେ କୌଣସି ଆପ୍ କୁ ଇନଷ୍ଟଲ୍ କରିଥାଉ ତେବେ ଏହା ଆମ ଡାଟାର ପରମିଶନ୍ ମାଗିଥାଏ । ଯେଉଁଥିରେ ଆପଣଙ୍କ ଡାଟା ଚୋରୀ ହେବାର ବିପଦ ଲାଗିରହିଥାଏ । ଏଥିପାଇଁ କୌଣସି ଆପ୍ କୁ ନିଜ ବ୍ୟକ୍ତିଗତ ଡାଟାର ପରମିଶନ୍ ଦିଅନ୍ତୁ ନାହିଁ ।