୧୫ ହଜାର ଟଙ୍କା ଦରମା ପାଉଥିଲେ ୧୫ ଲକ୍ଷ ଟଙ୍କା ପାଇପାରିବେ ଲୋନ ।ଜାଣନ୍ତୁ କେଉଁ ବ୍ୟାଙ୍କରେ ମିଳୁଛି ଏହି ସୁବିଧା

Advertisment
୧୫ ହଜାର ଟଙ୍କା ଦରମା ପାଉଥିଲେ ୧୫ ଲକ୍ଷ ଟଙ୍କା ପାଇପାରିବେ ଲୋନ ।ଜାଣନ୍ତୁ କେଉଁ ବ୍ୟାଙ୍କରେ ମିଳୁଛି ଏହି ସୁବିଧା

କନକ ବ୍ୟୁରୋ : ଆଗାମୀ ଦିନରେ ଆପଣଙ୍କୁ ବ୍ୟାଙ୍କରୁ ଲୋନ ନେବାରେ କୌଣସି ଅସୁବିଧା ହେବ ନାହିଁ । ଅର୍ଥାତ ବ୍ୟକ୍ତିମାନେ ବ୍ୟାଙ୍କରୁ ଅତି ସହଜରେ ଲୋର ଉଠାଇପାରିବେ । ତେବେ ଏପରି ସୁଯୋଗ ଉଜିଭ ସ୍ମଲ ଫାଇନାନ୍ସ ଦେଉଥିବା ଜଣାପଡିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଭାରତରେ ପ୍ରଥମଥର କରରି ଏହି ବ୍ୟାଙ୍କ ଲୋକମାନଙ୍କୁ ଏପରି ସୁବିଧା ଦେଉଛି । ଏହି ଲୋକମାନଙ୍କୁ ମିଳିବ ଲୋନ ଯଦି ଆପଣ ମାସିକ ୧୫ହଜାର ଟଙ୍କାଠାରୁ ଅଧିକ ଆୟ କରୁଛନ୍ତି ତେବେ ଆପଣ ଲୋନ ପାଇପାରିବେ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ମିଳିଛି । ଏହାସହ ଲୋନ ଟଙ୍କା ୧ ବର୍ଷଠାରୁ ଆରମ୍ଭ କରି ୫ ବର୍ଷ ମଧ୍ୟରେ ପରିଶୋଧ କରିପାରିବେ ବୋଲି ବ୍ୟାଙ୍କ ସୂଚନା ଦେଇଛି ।

publive-imageଏହି ସହରରେ ରହୁଥିଲେ ଆପଣଙ୍କୁ ମିଳିପାରିବ ଲୋନ ଯଦି ଆପଣ ଅହମ୍ମଦାବାଦ, ବେଙ୍ଗାଲୁରୁ, ଦିଲ୍ଲୀ, କୋଲକାତା, ପୁଣେ, ସୁରତ, ମୁମ୍ବାଇ, ମହେଶୁର, କୋଏମପୁର ଓ କୋଟି ଆଦି ସହରରେ ରହୁଥିଲେ ଆପଣ ଲୋମ ପାଇବା ପାଇଁ ଯୋଗ୍ୟ ବ୍ୟକ୍ତି ଭାବରେ ବିବେଚନା ହୋଇପାରିବେ ବୋଲି ବ୍ୟାଙ୍କ କର୍ତୃପକ୍ଷ ସୂଚନା ଦେଇଛନ୍ତି । ଏହାସହ ଆପଣ ଯେଉଁ ପରିମାଣରେ ଲୋନ ନେଇଛନ୍ତି ସେହିପରି ଭାବରେ ଋଣ ପରିଶୋଧ ମଧ୍ୟ କରିପାରିବେ । ଯେଉଁ ଅନୁସାରେ ଚୁକ୍ତି କରିଛନ୍ତି ସେହି ଅନୁସାରେ ଋଣ ପରିଶୋଧ କରିବା ପାଇଁ ପଡିବ । ଯଦି ଆପଣ ଲୋନ ନେବା ପାଇଁ ଇଚ୍ଛା ରଖିଛନ୍ତି ତେବେ ଲଗଇନ କରିପାରିବେ https://ujjivansfb.rupeepower.com/personal-loan ଏହାସହ ବ୍ୟାଙ୍କ ପକ୍ଷରୁ ଜାରି ହୋଇଥିବା ୱେବସାଇଟରେ ମଧ୍ୟ ଲଗଇନ କରିପାରିବେ ।

publive-imageଲୋନ ନେବା ସମୟରେ ସମ୍ପୃକ୍ତ ବ୍ୟକ୍ତିଙ୍କର ପ୍ରମାଣପତ୍ର ସହ ବ୍ୟାଙ୍କ ପକ୍ଷରୁ ମଗାଯାଇଥିବା ସମସ୍ତ ତଥ୍ୟ ଦେବା ପାଇଁ ପଡିବ ବୋଲି ଜଣାପଡିଛି । ଆଧାରକାର୍ଡ,ପାନକାର୍ଡ,ଡିଏଲ, ଭୋଟର ଆଇକାର୍ଡ ଆଦି ପ୍ରମାଣ ପତ୍ର ଭାବରେ ଦେଇପାରିବେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଲୋନ ପାଇବା ପାଇଂ ହେଲେ ଆଧାରକାର୍ଡ ନିହାତି ଆବଶ୍ୟକ ତେଣୁ ଯେଉଁ ବ୍ୟକ୍ତି ଲୋନ ପାଇବା ପାଇଁ ଆବେଦନ କରିବେ ତାଙ୍କର ନିଶ୍ଚିତ ଭାବରେ ଆଧାରକାର୍ଡ ଥିବା ଆବଶ୍ୟକ । ଏହାସହ ୩ ମାସର ଦରମାର ପ୍ରମାଣପତ୍ର ସହ ୬ମାସର ବ୍ୟାଙ୍କ ଷ୍ଟେଟମେଣ୍ଟର ପ୍ରମାଣ ଦାଖଲ କରିବା ପାଇଁ ପଡିବ ବୋଲି ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe