ବାରମ୍ବାର କାଶ ହେବା ଓ ଗଳା ଯନ୍ତ୍ରଣା ହୋଇପାରେ ମାରାତ୍ମକ ରୋଗର ଲକ୍ଷଣ, ଜାଣନ୍ତୁ କାରଣ ଓ ଏହାର ନିରାକରଣ

405

କନକ ବ୍ୟୁରୋ : ଗଳାରେ ଯନ୍ତ୍ରଣା ହେବା, ସ୍ୱର ଦବିଯିବା ଏକ ସମାନ୍ୟ କଥା ହୋଇପାରେ । ହେଲେ ଯଦି ଏହି ସମସ୍ୟା ଦୀର୍ଘଦିନ ପର୍ଯ୍ୟନ୍ତ ଲାଗି ରହେ ଜାଣନ୍ତୁ ଗଳାରେ ଇନଫେକସନ ହୋଇଛି  । ଗଳା ସଂକ୍ରମିତ ବିଶେଷ ଭାବେ ପ୍ରଦୂଷଣ ଓ ଧୂଆଁ କାରଣରୁ ହୋଇଥାଏ । କିଛି ସମୟରେ ଗଳାରେ ହୋଇଥିବା ସଂକ୍ରମଣ କିଛି ସପ୍ତାହ ପର୍ଯ୍ୟନ୍ତ ଆପଣଙ୍କୁ ବିରକ୍ତ କରିପାରେ । ଏଥିରେ ଆପଣଙ୍କର ବାରମ୍ବାର କାଶ ହେବା ସହ ଭବିଷ୍ୟତରେ ଅସ୍ଥମା ବି ହୋଇପାରେ ।

ଆପଣଙ୍କୁ ଯଦି ବାରମ୍ବାର କାଶ ହେଉଛି ତେବେ ଏହି ସମୟରେ ଗଳାକୁ ଉଦା ରଖିବା ନିହାତି ଜରୁରୀ । ଏହାସହ ଗରମ ଖାଦ୍ୟ କିମ୍ବା ଗରମ ପାଣି ପିଇଲେ ଆରାମ ମଳିଥାଏ । ଏହାକୁ ଆପଣ ଘରୋଇ ଉପଚାର ଦ୍ୱାରା ଠିକ୍ କରିପାରିବେ । ହେଲେ ଘରୋଇ ଉପଚାର ପୂର୍ବରୁ ଆପଣ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଜରୁରୀ ।

ଯେତେବେଳେ ଆପଣଙ୍କୁ କୌଣସି ଏଲର୍ଜି ହୋଇଥାଏ ତେବେ ଜାଣନ୍ତୁ ଏହା ଦ୍ୱାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି କମଜୋର ହୋଇଥାଏ । ଏହି କାରଣରୁ ସଂକ୍ରମଣ ବୃଦ୍ଧି ପାଇଥାଏ । ଏହାସହ କିଛି ପ୍ରକାର ଖାଦ୍ୟ, ପାଳିତ ପଶୁ ଓ ଧୂଳି କାରଣରୁ ଗଳା ସଂକ୍ରମିତ ହୋଇ ଯନ୍ତ୍ରଣା ଦେଇଥାଏ । ଅନ୍ୟପଟେ ପାଣିପାଗ ପରିବର୍ତ୍ତନ କାରଣରୁ ବି ଗଳା ଦରଜ ହୋଇଥାଏ ।