ଶବସତ୍କାର ନେଇ ସ୍ୱର୍ଗଦ୍ୱାରରୁ ହଟିଲା କଟକଣା । ଜିଲ୍ଲା ବାହାରର ଶବ ସଂସ୍କାର ପାଇଁ ମିଳିଲା ଅନୁମତି ।

104

କନକ ବ୍ୟୁରୋ: ଶବ ସତ୍କାର ନେଇ ସ୍ୱର୍ଗଦ୍ୱାରରୁ ହଟିଲା କଟକଣା । ଜିଲ୍ଲା ବାହାରର ଶବ ସଂସ୍କାର ପାଇଁ ମିଳିଲା ଅନୁମତି । ଏଣିକି ଅଣ କୋଭିଡ୍ ମୃତ ବ୍ୟକ୍ତିଙ୍କ ଶବସତ୍କାର ସ୍ୱର୍ଗଦ୍ୱାରରେ କରାଯାଇପାରିବ । ତେବେ କେବଳ ୧୦ ଜଣଙ୍କ ଉପସ୍ଥିତିରେ ଶବସକ୍ରାର ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏହାପୂର୍ବରୁ ରାଜ୍ୟରେ ସଂକ୍ରମଣ ବୃଦ୍ଧି ଦେଖି ପୁରୀ ଜିଲ୍ଲା ପ୍ରଶାସନ ସ୍ୱର୍ଗଦ୍ୱାରରେ ଶବ ସତ୍କାର ନେଇ କଟକଣା ଜାରି କରିଥିଲା । ଜିଲ୍ଲା ବାହାରର ଶବକୁ ସ୍ୱର୍ଗଦ୍ୱାରରେ ସତ୍କାର କରାଯାଇପାରିବ ନାହିଁ ବୋଲି କୁହାଯାଇଥିଲା । ହେଲେ ଏବେ ସଂକ୍ରମଣ କମିବା ପରେ ଏହି କଟକଣାକୁ ହଟାଇ ଦିଆଯାଇଛି ।