ନୂଆ ଡିଏଲ୍‌ ଆବେଦନ ପାଇଁ ଅନୁମତି : ୨୧ ଟି ଆର୍‌ଟିଓରେ ନୂଆ ଡିଏଲ୍‌ ଆବେଦନ ପାଇଁ ସ୍ଲଟ୍‌ ଖୋଲିବାକୁ ଅନୁମତି

Advertisment
ନୂଆ ଡିଏଲ୍‌ ଆବେଦନ ପାଇଁ ଅନୁମତି : ୨୧ ଟି ଆର୍‌ଟିଓରେ ନୂଆ ଡିଏଲ୍‌ ଆବେଦନ ପାଇଁ ସ୍ଲଟ୍‌ ଖୋଲିବାକୁ ଅନୁମତି

କନକ ବ୍ୟୁରୋ : ରାଜ୍ୟରେ ୨୧ଟି ଆର୍‌ଟିଓରେ ନୂଆ ଡିଏଲ୍‌ ଆବେଦନ ପାଇଁ ସ୍ଲଟ୍‌ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି । ଏଥିରେ ଚଣ୍ତିଖୋଲ, ବରପାଲି, କୋରାପୁଟ, ମୟୂରଭଞ୍ଜ, ଫୁଲବାଣୀ, ସୁନ୍ଦରଗଡ଼, ବରଗଡ଼, ରାୟଗଡ଼ା, ଅନୁଗୋଳ, ଗଜପତି, ନବରଙ୍ଗପୁର, ବୌଦ୍ଧ, ଦେଓଗଡ଼, ମାଲକାନଗିରି, ଭଞ୍ଜନଗର, ଗଞ୍ଜାମ, ସୋନପୁର, ତାଳଚେର, ରାଇରଙ୍ଗପୁର, ରାଉରକେଲା, ସମ୍ବଲପୁର ସାମିଲ ହୋଇଛନ୍ତି ।

ଆଜିଠାରୁ ଭଦ୍ରକ, ନୟାଗଡ଼, ନୂଆପଡ଼ା ଏବ˚ ଯାଜପୁରରେ ନୂଆ ଡିଏଲ୍‌ ଆବେଦନ କରିବାକୁ ଅନୁମତି ମିଳିଛି । ଅନ୍ୟପଟେ ୨୨ଟି ଆର୍‌ଟିଓରେ ନୂଆ ଲର୍ଣ୍ଣର୍ସ‌ ଲାଇସେନ୍ସ ଆବେଦନ ପାଇଁ ଅନୁମତି ପ୍ରଦାନ କରାଯାଇଥିବା ପରିବହନ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । 
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe