କନକ ବ୍ୟୁରୋ : ରାଜ୍ୟରେ ୨୧ଟି ଆର୍ଟିଓରେ ନୂଆ ଡିଏଲ୍ ଆବେଦନ ପାଇଁ ସ୍ଲଟ୍ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି । ଏଥିରେ ଚଣ୍ତିଖୋଲ, ବରପାଲି, କୋରାପୁଟ, ମୟୂରଭଞ୍ଜ, ଫୁଲବାଣୀ, ସୁନ୍ଦରଗଡ଼, ବରଗଡ଼, ରାୟଗଡ଼ା, ଅନୁଗୋଳ, ଗଜପତି, ନବରଙ୍ଗପୁର, ବୌଦ୍ଧ, ଦେଓଗଡ଼, ମାଲକାନଗିରି, ଭଞ୍ଜନଗର, ଗଞ୍ଜାମ, ସୋନପୁର, ତାଳଚେର, ରାଇରଙ୍ଗପୁର, ରାଉରକେଲା, ସମ୍ବଲପୁର ସାମିଲ ହୋଇଛନ୍ତି ।
ଆଜିଠାରୁ ଭଦ୍ରକ, ନୟାଗଡ଼, ନୂଆପଡ଼ା ଏବ˚ ଯାଜପୁରରେ ନୂଆ ଡିଏଲ୍ ଆବେଦନ କରିବାକୁ ଅନୁମତି ମିଳିଛି । ଅନ୍ୟପଟେ ୨୨ଟି ଆର୍ଟିଓରେ ନୂଆ ଲର୍ଣ୍ଣର୍ସ ଲାଇସେନ୍ସ ଆବେଦନ ପାଇଁ ଅନୁମତି ପ୍ରଦାନ କରାଯାଇଥିବା ପରିବହନ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/e2d748f4e36fd3b167f7bcb240d1f0cc.jpg)