Advertising Concept. The Word of Red Color Located over Text of White Color.
କନକ ବ୍ୟୁରୋ : ଏଣିକି କୌଣସି ଟିଭି ଚ୍ୟାନେଲ, କେବୁଲ୍ ଟିଭି ବା କୌଣସି ବୈଦ୍ୟୁତିକ ଗଣମାଧ୍ୟମରେ ରାଜନୈତିକ ବିଜ୍ଞାପନ ପ୍ରସାରଣ କରିବା ପୂର୍ବରୁ ନିର୍ବାଚନ ଅଧିକାରୀଙ୍କ ନଜରକୁ ଦେଖାଯିବ। ନିର୍ବାଚନ ଅଧିକାରୀ ଏହାକୁ ପ୍ରସାର କରିବା ପାଇଁ ଅନୁମତି ଦେଲେ ହିଁ ଏହା ବୈଦ୍ୟୁତିକ ଗଣମାଧ୍ୟମରେ ବାଜିବ। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସୁପ୍ରିମକୋର୍ଟ ୧୩.୦୪.୨୦୦୪ ରେ ଦେଇଥିବା ରାୟକୁ ଭିତ୍ତି କରି ଏହି ନିର୍ଦ୍ଦେଶନାମା ଜାରି ହୋଇଛି।
ଏଥିରେ କୁହାଯାଇଛି ଯେ, ଯଦି କୌଣସି ରାଜନୈତିକ ବିଜ୍ଞାପନ ଟିଭି ଚ୍ୟାନେଲ, କେବୁଲ ଟିଭିରେ ବାଜିବାକୁ ଥିବ ତେବେ ଏଥିପାଇଁ ରାଜ୍ୟ ଓ ଜିଲ୍ଲା ସ୍ତରରେ ଅନୁମତି ନେବାକୁ ପଡ଼ିବ। କୌଣସି ବିଜ୍ଞାପନ ସାରା ରାଜ୍ୟ ପାଇଁ ପ୍ରସାରଣ ହେବାକୁ ଥିଲେ ଏଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ରାଜ୍ୟସ୍ତରୀୟ ଗଣମାଧ୍ୟମ ସାର୍ଟିଫିକେସନ୍ ଆଣ୍ଡ ମନିଟରିଂ କମିଟିର ଅନୁମତି ଆଣିବାକୁ ହେବ। ଏହି କମିଟି ବିଜ୍ଞାପନଟିକୁ ଦେଖିବା ପରେ ଏହାକୁ ଅନୁମତି ଦିଆଯିବ କି ନାହିଁ ସେନେଇ ନିଷ୍ପତ୍ତି ନେବେ। ସେହିପରି ଜିଲ୍ଲା ସ୍ତରରେ ପ୍ରସାରଣ ହେବାକୁ ଥିବା ବିଜ୍ଞାପନ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳ ବା ରିଟର୍ଣ୍ଣିଂ ଅଫିସର ଏବଂ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ଜିଲ୍ଲାସ୍ତରୀୟ ଗଣମାଧ୍ୟମ ସାର୍ଟିଫିକେଟ୍ ଏବଂ ମନିଟରିଂ କମିଟିର ଅନୁମତି ଆଣିବାକୁ ପଡ଼ିବ। ଏହି ଅନୁମତି କେବଳ ନିର୍ବାଚନ ସମୟରେ ଲାଗୁଥିବା କୋଡ୍ ଅଫ୍ କଣ୍ଡକ୍ଟ ଅବଧି ସମୟରେ ଲାଗୁ ହେବନି। ବର୍ଷତମାମ୍ ଏହା ଲାଗୁ ହେବ ବୋଲି କୁହାଯାଇଛି।
Follow Us