ନନ୍ଦନକାନନରେ ଭୋଜି ପାଇଁ ଅନୁମତି: ଜାଣନ୍ତୁ ଭୋଜି ପାଇଁ କେମିତି କରିବେ ବୁକିଂ ?

242

କନକ ବ୍ୟୁରୋ: ଆସନ୍ତା ୧ ତାରିଖରୁ ନନ୍ଦନକାନନରେ ଭୋଜି ପାଇଁ ଅନୁମତି ଦିଆଯାଇଛି । ଏଥିପାଇଁ ବଟାନିକାଲ ଗାର୍ଡେନରେ ପିଣ୍ଡି ଓ କଟେଜ ବୁକିଂ କରିବାକୁ ପଡିବ । ନନ୍ଦନକାନନ ୱେବସାଇଟକୁ ଯାଇ ଜାଗା ବୁକିଂ କରିପାରିବେ ପର୍ଯ୍ୟଟକ । କୋଭିଡ ନିୟମ ମାନି ଭୋଜି କରିବାକୁ ନନ୍ଦନକାନନ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି ।

କରୋନା ଯୋଗୁଁ ନନ୍ଦକାନନରେ ଭୋଜି କରିବା ବନ୍ଦ ରହିଥିଲା । ହେଲେ ନନ୍ଦନକାନନ ଖୋଲା ଥିଲା । କରୋନା ନିୟମ ମାନି ପର୍ଯ୍ୟଟକମାନେ ନନ୍ଦନକାନନ ବୁଲିବାର ମଜା ନେଉଥିଲେ । ହେଲେ ପିକନିକ ସିଜିନ ଆସିବାରୁ ଏବେ ନନ୍ଦନକାନନରେ ଭୋଜି ପାଇଂ ଅନୁମତି ଦେଇଛନ୍ତି କର୍ତ୍ତୃପକ୍ଷ ।