କନକ ବ୍ୟୁରୋ: ହୀରାକୁଦରେ ନିର୍ମାଣ ହେବ ଆଉ ଏକ ସ୍ପିଲୱେ । ହୀରାକୁଦ ବନ୍ଧର ବାମ ପାଶ୍ୱର୍ସ୍ଥିତ ଗାନ୍ଧୀ ପାହାଡ ନିକଟରେ ଏହାର ନିର୍ମାଣ କରାଯିବ । ଏଥିପାଇଁ ଖର୍ଚ୍ଚ ହେବ ୩୬୯ କୋଟି ୫୩ ଲକ୍ଷ ଟଙ୍କା । ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ଟାଟା ପ୍ରୋଜେକ୍ଟ ଲିମିଟେଡ୍ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଯୋଗ୍ୟ ବିବେଚିତ ହୋଇଛି । ଟାଟା ପ୍ରୋଜେକ୍ଟକୁ ଏହି ପ୍ରକଳ୍ପ ପ୍ରଦାନ ପାଇଁ ଆସିଥିବା ପ୍ରସ୍ତାବକୁ ଶନିବାର କ୍ୟାବିନେଟ୍ ମଞ୍ଜୁରି ମିଳିଛି ।
ହୀରାକୁଦ ଜଳଭଣ୍ଡାରରେ ଏବେ ଦୁଇଟି ସ୍ପିଲୱେ ସହ ସମୁଦାୟ ୯୮ଟି ଗେଟ୍ ମଧ୍ୟ ଦେଇ ଜଳ ନିଷ୍କାସନର ସୁବିଧା ଅଛି । ବାମ ପାଶ୍ୱର୍ ସ୍ପିଲୱେରେ ୪୦ଟି ସୁଇସ୍ ଗେଟ୍ ଓ ୨୧ଟି କ୍ରେଷ୍ଟ ଗେଟ୍ ଅଛି । ସେହିପରି ଦକ୍ଷିଣ ପାଶ୍ୱର୍ ସ୍ପିଲୱେରେ ୨୪ଟି ସ୍ଲୁଇସ୍ ଗେଟ୍ ଓ ୧୩ଟି କ୍ରେଷ୍ଟ ଗେଟ୍ ଅଛି । ଉଭୟ ସ୍ପିଲୱେର ଜଳ ନିଷ୍କାସନ କ୍ଷମତା ସେକେଣ୍ଡ ପ୍ରତି ୪୨ହଜାର ୪୫୦ ଘନ ମିଟର ରହିଛି । ତେବେ କେବଳ ଜରୁରୀକାଳିନ ସମୟ ବ୍ୟତିତ ପରିଚାଳନାଗତ କଟକଣା ଯୋଗୁ ୧୧ଟି ସ୍ଲୁଇସ୍ ଗେଟ୍ ଓ ୯ଟି କ୍ରେଷ୍ଟ ଗେଟ୍ ପରିଚାଳନା କରାଯାଏ ନାହିଁ ।
ଜଳଭଣ୍ଡାରରେ ଥିବା ସ୍ୱିଲୱେରେ ଆକଳିତ ବନ୍ୟାଜଳ ଯଦି ଜଳଭଣ୍ଡାର ମଧ୍ୟ ଦେଇ ଛଡାଯାଏ, ତେବେ ହୀରାକୁଦ ବନ୍ଧ ଉପର ଦେଇ ଜଳପ୍ରବାହ ହୋଇ ବନ୍ଧ ଭାଙ୍ଗିଯିବାର ଆଶଙ୍କା ରହିଛି । ଫଳରେ ତଳମୁଣ୍ଡରେ ଥିବା ସହର/ଗ୍ରାମ ହୀରାକୁଦ, ସମ୍ବଲପୁର, କଟକ, ବୁର୍ଲା, ଜଗତପୁର ଓ ଭୁବନେଶ୍ୱର ଆଖପାଖ ଅଞ୍ଚଳରେ ଧନଜୀବନ ପ୍ରତି ବିପଦ ରହିଛି । ସଦ୍ୟତମ ତଥ୍ୟ ଆଧାରରେ କେନ୍ଦ୍ରୀୟ ଜଳ ଆୟୋଗ(ସିଡବ୍ଲ୍ୟୁସି) ୧୯୯୭ ଓ ୨୦୧୪ ମସିହାରେ ବନ୍ୟାଜଳ ପ୍ରବାହର ପୁନର୍ବାର ଅନୁଧ୍ୟାନ କରିବା ପରେ ବନ୍ୟା ଜଳ ପ୍ରତି ସେକେଣ୍ଡ୍ରେ ୬୯,୬୩୨ ଘନମିଟର ପୁନଃ ଆକଳନ କଲେ। ତେଣୁ ସିଡବ୍ଲ୍ୟୁସି ପକ୍ଷରୁ ଉପଯୁକ୍ତ ସ୍ଥାନରେ ଅତିରିକ୍ତ ସ୍ୱିଲ୍େଓ୍ଵ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ବିଶ୍ୱବ୍ୟାଙ୍କ ମଧ୍ୟ ଏହି ସ୍ପିଲ୍େଓ୍ଵ ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ। ପରେ ଆବଶ୍ୟକ ବୈଷୟିକ ପ୍ରକ୍ରିୟା କରାଯାଇ ଅତିରିକ୍ତ ସ୍ପିଲୱେ ନିର୍ମାଣ ପାଇଁ ୩୭୭ କୋଟି ୩୭ ଲକ୍ଷ ଟଙ୍କାରେ ଟେଣ୍ଡର୍ ଡକାଗଲା। ଏଥିରେ ଦୁଇଟି ସଂସ୍ଥା ଭାଗ ନେଇଥିଲେ। ଟାଟା ପ୍ରୋଜେକ୍ଟ୍ ନିର୍ଦ୍ଧାରିତ ମୂଲ୍ୟ ଠାରୁ ୨.୦୮ ପ୍ରତିଶତ କମ୍ ମୂଲ୍ୟରେ ଟେଣ୍ଡର୍ ପକାଇଥିଲା। ବିଶ୍ୱବ୍ୟାଙ୍କ ପକ୍ଷରୁ ଏଥି ପାଇଁ ସଂପୃକ୍ତ ସଂସ୍ଥା ଏନ୍ଓସି ବି ଲାଭ କରିଛି। ଆଜି କ୍ୟାବିନେଟ୍ରେ ଏହାକୁ ମଞ୍ଜୁରୀ ମିଳିଛି।ତେଣୁ ସିଡବ୍ଲ୍ୟୁସି ପକ୍ଷରୁ ଉପଯୁକ୍ତ ସ୍ଥାନରେ ଅତିରିକ୍ତ ସ୍ପିଲୱେ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/vlcsnap-2018-05-27-08h44m48s303.png)
/kanak/media/post_attachments/wp-content/uploads/2018/05/3-28-300x120.jpg)
/kanak/media/post_attachments/wp-content/uploads/2018/05/vlcsnap-2018-05-27-08h44m12s868-300x240.png)