କନକ ବ୍ୟୁରୋ : ଚିଲିକାରେ ହେବ ସ୍ଥାୟୀ ପୋଲ। ସାତପଡ଼ା-ଜହ୍ନିକୁଦା ଚିଲିକା ଉପରେ ସ୍ଥାୟୀ ବ୍ରିଜ୍ କରାଯିବ। କୃଷ୍ଣପ୍ରସାଦ ବ୍ଳକ ବାସୀଙ୍କ ମୁଖ୍ୟ ଦାବିର ହେବ ସମାଧାନ । ଏନେଇ ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ବ୍ଲକରେ ଜନଶୁଣାଣିରେ ସାମିଲ ହୋଇ ସାଂସଦ ଏହି ଘୋଷଣା କରିଛନ୍ତି । କୃଷ୍ଣପ୍ରସାଦରୁ ପୁରୀକୁ ଯିବା ପାଇଁ ହେଲେ ଲୋକଙ୍କୁ ଚିଲିକାରେ ଦୀର୍ଘ ୫ କିଲୋମିଟର ଡଙ୍ଗାରେ ବିପଦଜନକ ଭାବେ ଯିବାକୁ ପଡ଼ୁଛି । ନିର୍ବାଚନ ସମୟରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ମଧ୍ୟ ଚିଲିକାରେ ବ୍ରିଜ୍ ହେବା ନେଇ ପ୍ରତିଶ୍ରୁତି ଦେଇଥିଲେ । ଜନଶୁଣାଣିରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ମଧ୍ୟ ସାମିଲ ହୋଇଥିଲେ ।
ଚିଲିକାରେ ହେବ ସ୍ଥାୟୀ ପୋଲ । କୃଷ୍ଣପ୍ରସାଦବାସୀଙ୍କ ମୁଖ୍ୟ ଦାବିର ହେବ ସମାଧାନ ।
/kanak/media/post_attachments/wp-content/uploads/2024/08/Screen-Shot-2024-08-14-at-10.41.38-AM.png)